ସୁପର ଡ୍ୟାନ୍ସରରେ ଶିଳ୍ପାଙ୍କ ସ୍ଥାନରେ କରିସ୍ମା

1 min read

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଡ୍ୟାନ୍ସିଂ ରିଆଲିଟି ଶୋ ‘ସୁପର ଡ୍ୟାନ୍ସର ଚାପଟର ୪’ରେ ଶନିବାର ଶିଳ୍ପାଙ୍କ ସ୍ଥାନରେ ନଜର ଆସିବେ ୯୦ ଦଶକର ସୁନ୍ଦରୀ  ଚାର୍ମିଂ ଅଭିନେତ୍ରୀ କରିସ୍ମା କପୂର ।  ନିକଟରେ ସିଙ୍ଗିଂ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ  ୧୨ରେ  କରିସ୍ମା ନଜର ଆସିଥିଲେ ।  ‘କରିସ୍ମା ସ୍ପେଶାଲ’ ଥିମ୍ ଉପରେ  ରଖା ଯାଇଥିବା ଏହି ଏପିସୋଡ୍ରେ ପ୍ରତିଯୋଗୀ କରିସ୍ମାଙ୍କ ଫିଲ୍ମର ଗୀତ ଗାଇ ଅଭିନେତ୍ରୀଙ୍କ ମନ କିଣିବାରେ ସକ୍ଷମ ହୋଇଥିଲେ ।  ଏହି ସମୟରେ କରିସ୍ମା ତାଙ୍କ ଫିଲ୍ମର ସୁଟିଂ ସମୟର ଅଭିଜ୍ଞତା ଶେୟାର କରିଥିଲେ । ଶୋ’ରେ ଖୁବ୍ ମସ୍ତି ମଜାକ୍ କରୁଥିବାର ମଧ୍ୟ କରିସ୍ମାଙ୍କୁ ଦେଖିବାକୁ ମିଳିଥିଲା ।

ଏବେ ଶିଳ୍ପାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ ହେବାପରେ ଶିଳ୍ପା କିଛି ଦିନ ପାଇଁ ଶୋ’ରୁ ବ୍ରେକ୍ ନେଇଛନ୍ତି ।  ତେଣୁ ଶୋ’ର ନିର୍ମାତା ବାଧ୍ୟ ହୋଇ ଶିଳ୍ପାଙ୍କ ସ୍ଥାନରେ କରିସ୍ମାଙ୍କୁ ଆପ୍ରୋଚ୍ କରିଛନ୍ତି । ନିକଟରେ ଶୋ’ର ପ୍ରୋମୋ ସାମ୍ନାକୁ ଆସିଛି ।  ଏହି ପ୍ରୋମୋରେ କରିସ୍ମା ଜଣେ ପ୍ରତିଯୋଗୀଙ୍କ ସହ ଫିଲ୍ମ ‘ଅନାଡ଼ି’ର ଗୀତ ‘ଫୁଲୋଁ ସା ଚେହରା ତେରା’ରେ  ଡ୍ୟାନ୍ସ କରୁଥିବାର ନଜର ଆସିଛି ।  ଏହି ଗୀତରେ କରିସ୍ମାଙ୍କ ପୂରା ଜୀବନ ବା ପିଲା ଦିନରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନ ଯାତ୍ରାକୁ ସ୍ଲାଇଡ ଶୋ ମାଧ୍ୟମରେ ଦେଖିବାକୁ ମିଳିବ ।  ଏହାକୁ ଦେଖି କରିସ୍ମା ଆଖିର ଲୁହକୁ ଅଟକାଇ ପାରିନଥିବା ମଧ୍ୟ ଦେଖିବାକୁ ମିଳିବ ।

କରିସ୍ମାଙ୍କ ସହିତ ପୂର୍ବଭଳି ଫିଲ୍ମ ନିର୍ଦ୍ଦେଶକ ଅନୁରାଗ ବାସୁ ଏବଂ କୋରିଓଗ୍ରାଫର ଗୀତା କପୂର ଜଜ୍ ଭାବରେ ନଜର ଆସିବେ । ଖାଲି ସେତିକି ନୁହେଁ ବରଂ କରିସ୍ମାଙ୍କୁ ‘ତାକ୍ ଧୁମ୍ ତାକ୍ ଧୁମ’ ଗୀତରେ ମଧ୍ୟ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ମାମଲାରେ ଗିରଫ ହେବାପରେ ଶିଳ୍ପା ସେଟ୍ଟୀଙ୍କୁ ସୁପର ଡ୍ୟାନ୍ସର ୪ରେ ଦେଖିବା ପାଇଁ ଦର୍ଶକ ବିରୋଧ କରିବା ଆରମ୍ଭ କରିଛନ୍ତି । ଏହାକୁ ନେଇ ଶିଳ୍ପା ଏବଂ ରାଜ୍ କୁନ୍ଦ୍ରା ସୋସିଅଲ ମିଡିଆରେ ଖୁବ୍ ଟ୍ରୋଲ ହେଉଛନ୍ତି । ତେବେ ଶିଳ୍ପା ପୁଣିଥରେ ଶୋ’କୁ ଫେରିବେ କି ନାହିଁ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିବ ।

Leave a Reply