ମହାରାଷ୍ଟ୍ର ବାହାରେ ଶିବସେନାର ପ୍ରଥମ ବିଜୟ; ଜାଣନ୍ତୁ କେଉଁ ଲୋକସଭା ଆସନ ଜିତିଲା ଶିବସେନା

1 min read

ମୁମ୍ବାଇ: ମୁମ୍ବାଇ ବାହାରେ ପ୍ରଥମ ଥର ନିର୍ବାଚନ ଜିତିଲା ଶିବସେନା । ଦାଦ୍ରା ନଗର ହବେଳୀ ଲୋକସଭା ଆସନରେ ବାଜି ମାରିଛି ଶିବସେନା । ଦାଦ୍ରା ନଗର ହବେଳୀରେ ହୋଇଥିବା ଉପନିର୍ବାଚନରେ ବାଜି ମାରିଛି ଶିବସେନା । ତେବେ ଏହି ବିଜୟ ଶିବସେନା ପାଇଁ ଏକ ଐତିହାସିକ ବିଜୟ । କାହିଁକି ନା ମହାରାଷ୍ଟ୍ର ବାହାରେ ପ୍ରଥମ ଥର ପାଇଁ କୌଣସି ନିର୍ବାଚନକୁ ନିଜ ନାମରେ କରିଛି ଶିବସେନା ।

ତେବେ ଏହି ବିଜୟ ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି ରାଷ୍ଟ୍ରୀୟ ରାଜନୀତିରେ ଏହା ହେଉଛି ଆମର ପ୍ରଥମ । ମହାରାଷ୍ଟ୍ର ବାହାରେ ଏହା ଶିବସେନା ପ୍ରଥମ ଥର ପାଇଁ ବିଜୟଲଭ କରିଛି । ୨୦୨୪ ଲୋକସଭା ନିର୍ବାଚନରେ ସ୍ଥିତି ଏପରି ନଥିବ । କେନ୍ଦ୍ରରେ ସରକାର କରିବାରେ ଆମେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବୁ ବୋଲି କହିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ । ଦାଦ୍ରା ନଗର ହାବେଳୀର ଏହି ଉପନିର୍ବାଚନରେ ସଞ୍ଜୟ ରାଉତ ବେଶ୍ ଖୁସି ଅଛନ୍ତି । ସେ କହିଛନ୍ତି ଦାଦ୍ରା ନଗର ହାବେଲୀର ଫଳାଫଳ କେବଳ ଆରମ୍ଭ । ଆଗାମୀ ସମୟରେ ଶିବସେନା ଡାମନ ଓ ଦକ୍ଷିଣ ଗୁଜୁରାଟରେ ବି ଆମେ ନିର୍ବାଚନ ଲଢ଼ିବୁ । ତେବେ ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭାରେ ବି ଶିବସେନା ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି ସଞ୍ଜୟ ରାଉତ ।

ଦାଦ୍ରା ନଗର ହାବେଳୀ ଲୋକସଭା ସିଟରେ ଶିବସେନା କାଲାବେନ ଡେଲକରଙ୍କୁ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଥଲେ । ତେବେ ଏହି ବିଜୟ ପରେ ଆଦିତ୍ୟ ଠାକରେ ଟୁଇଟ କରି କହିଛନ୍ତି କି କାଲାବେନଙ୍କ ଏହି ବିଜୟ ଦର୍ଶାଉଛି ଯେ ଏଠାରେ ବିକାଶର ଏକ ନୂତନ ଯୁଗ ଆରମ୍ଭ ହୋଇଛି । ଅନ୍ୟାୟ ଓ ଏକଛତ୍ରବାଦ ବିରୋଧ ଏହା ହେଉଛି ଲୋକମାନଙ୍କର ବିଜୟ । ଲୋକମାନଙ୍କ ବିଶ୍ବାସ ରହିଛି ଯେ ଶିବସେନା ଦିଲ୍ଲୀରେ ସାଧାରଣ ଲୋକଙ୍କ ହିତ ପାଇଁ ସ୍ବର ଉତ୍ତୋଳନ କରିପାରିବ ବୋଲି କହିଛନ୍ତି ଆଦିତ୍ୟ ଠାକରେ ।

Leave a Reply