ଜଗି,ଜୟଙ୍କ କମ୍ପାନୀକୁ ଶିବପ୍ରସାଦଙ୍କ ଗୁଡ୍ ବାୟ, ବିଶ୍ୱାସଘାତକତାର ଆଣିଲେ ଅଭିଯୋଗ

ଭୁବନେଶ୍ୱର  : ଜଗି ମଙ୍ଗତ ପଣ୍ଡା ଏବଂ ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ଥିବା ଓରଟେଲରୁ ଇସ୍ତଫା ଦେଇଛନ୍ତି ଶିବପ୍ରସାଦ ଶ୍ରୀଚନ୍ଦନ । ସେ ଓରଟେଲର ବରିଷ୍ଠ କାର୍ଯ୍ୟନିର୍ବାହୀ(ଜମି) ଭାବେ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲେ । ତାଙ୍କ ସରଳତାର ସୁଯୋଗ ନିଆଯାଉ ଓରଟେଲ କମ୍ପାନୀ ଏବଂ କର୍ତ୍ତୃପକ୍ଷ ତାଙ୍କ ବିଶ୍ୱାସରେ ବିଷ ଦେଇଥିବା ସେ ଅଭିଯୋଗ କରିଛନ୍ତି । ନିଜ ଇସ୍ତଫା ସମ୍ପର୍କରେ ଶିବପ୍ରସାଦ ଶ୍ରୀଚନ୍ଦନ ଚିଠି ଲେଖି ଓରଟେଲ ଏମଡିଙ୍କୁ ଅବଗତ କରାଇଛନ୍ତି । ଶିବ ନିଜ ଇଚ୍ଛାରେ ଏହି ଚିଠି ଲେଖିଥିବା ତାଙ୍କ ସ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଇସ୍ତଫା ପତ୍ରରେ ଶିବ ପ୍ରସାଦ ଲେଖିଛନ୍ତି ଯେ, କମ୍ପାନୀର କର୍ମଚାରୀ ହିସାବରେ ଯେତେବେଳେ ଯାହା କୁହାଯାଇଛି । ତାହା ସେ କରିଛନ୍ତି, ଯେଉଁଠି କମ୍ପାନୀ ଚାହିଁଛି । ସେଇଠି ସେ ଦସ୍ତଖତ କରିଛନ୍ତି । କମ୍ପାନୀ ଦ୍ୱାରା କରାଯାଇଥିବା କାର୍ଯ୍ୟ ପାଇଁ ତାଙ୍କୁ ଜେଲ ନିଆଯାଇଛି । ଏଥିରେ କୌଣସି ପ୍ରକାରରେ ତାଙ୍କର ବ୍ୟକ୍ତିଗତ ସଂପୃକ୍ତି ନାହିଁ । ତେଣୁ କମ୍ପାନୀ ପାଇଁ ଯଦି ତାଙ୍କୁ ଗିରଫ କରାଗଲା । ତାଙ୍କୁ ସହାୟତା କରିବା ପାଇଁ କର୍ତ୍ତୃପକ୍ଷ ଆଗେଇ ଆସିଲେ ନାହିଁ । ଯାହା ତାଙ୍କୁ ବ୍ୟଥିତ କରିଥିଲା । ସେହିପରି କମ୍ପାନୀରେ ବୈଜୟନ୍ତ ପଣ୍ଡା ଏବଂ ଜଗି ମଙ୍ଗତ ପଣ୍ଡାଙ୍କର ୯୯.୫ ପ୍ରତିଶତ ଅଂଶଧନ ରହିଛି । ତେଣୁ କମ୍ପାନୀ ବ୍ୟାପାରରେ ତାଙ୍କୁ ତଦନ୍ତପରିସରଭୁକ୍ତ କରାଯାଉ ବୋଲି ଶିବ ଉଲ୍ଲେଖ କରିଛନ୍ତି ।

 

Leave a Reply