ନବୀନଙ୍କୁ ଶିବରାଜଙ୍କ ଚିଠି, ସୁନ୍ଦରୀର ଯତ୍ନ ନେବାକୁ କଲେ ଅନୁରୋଧ

1 min read
Shivraj Singh Chauhan

ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀକୁ ଉତ୍ତମ ପରିବେଶ ମଧ୍ୟରେ ରଖିବାକୁ ଅନୁରୋଧ କରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସୁନ୍ଦରୀର ଯତ୍ନ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । ଏନେଇ ଟ୍ୱିଟ୍‌ ଜରିଆରେ ଅବଗତ କରିଛନ୍ତି ।

ନଭେମ୍ବର ୨୦୧୮ରେ ସାତକୋଶିଆ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ବୃଦ୍ଧି କରିବାକୁ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ମଧ୍ୟପ୍ରଦେଶରୁ ବାଘ ନନ୍ଦନ ଓ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ହେଲେ ବାଘ ନନ୍ଦନର ସାତକୋଶିଆରେ ମୃତ୍ୟୁ ଘଟିଥିବା ବେଳେ, ବାଘୁଣୀ ସୁନ୍ଦରୀ ମଣିଷମାରି ଖାଇବା ଅଭିଯୋଗରେ ତାକୁ ଗତ ଏକ ବର୍ଷରୁ ଅଧିକ ସମୟ ଧରି, ଆବଦ୍ଧ ମଧ୍ୟରେ ରଖାଯାଇଛି ।

ଚଳିତବର୍ଷ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ଓଡିଶା ସରକାରଙ୍କ ଅନୁରୋଧକ୍ରମେ, ମଧ୍ୟପ୍ରଦେଶରୁ ଏକ ବିଶେଷଜ୍ଞ ଦଳ ସୁନ୍ଦରବନ ଆସି ସୁନ୍ଦରୀକୁ ମୁକ୍ତ ପରିବେଶରେ ଛାଡିବା ନେଇ ଅନୁଧ୍ୟାନ କରିଥିଲେ । ହେଲେ ବିଶେଷଜ୍ଞ ଦଳ ଆଶଙ୍କା କରିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ଯଦି ବାଘୁଣୀ ସୁନ୍ଦରୀକୁ ମୁକ୍ତ ବିଚରଣ କରିବାକୁ ଦିଆଯାଏ ତେବେ ତାହା ଉଭୟ ସୁନ୍ଦରୀ ଓ ପ୍ରକଳ୍ପ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ସେବେଠାରୁ ସୁନ୍ଦରୀକୁ ଆବଦ୍ଧ ପରିବେଶ ମଧ୍ୟରେ ରଖାଯାଇଛି ।

Leave a Reply