ରାଜସ୍ଥାନ ରାଜନୀତି: ସିଧା କଥା କହିଲେ ପାଇଲଟ୍,ମୁଖ୍ୟମନ୍ତ୍ରୀ କରୁଥିଲେ ଅଣଦେଖା

sidetracke by CM, hurt but wont incline towards bjp sachin pilot

ରାଜସ୍ଥାନ: ରାଜସ୍ଥାନରେ ବିଦ୍ରୋହୀ ମନୋଭାବ ଦେଖାଇଥିବା ସଚିନ ପାଇଲଟଙ୍କୁ  ଜୁଲାଇ ୧୪ ତାରିଖ ଦିନ ରାଜ୍ୟ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । । କଂଗ୍ରେସ ଅଭିଯୋଗ କରିଛି ଯେ ପାଇଲଟ ଭାରତୀୟ ଜନତା ପାର୍ଟି ସହ ମିଶି ସରକାରଙ୍କୁ ହଟାଇବା ପାଇଁ ପ୍ରୟାସ କରୁଛନ୍ତି । ତେବେ  ରାଜନୈତିକ ନାଟକ ପରେ ପ୍ରଥମ ଥର ପାଇଁ  ସଚିନ୍ ପାଇଲଟ୍ ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ  ଭାରତୀୟ ଜନତା ପାର୍ଟି ସହ ଯୋଗାଯୋଗରେ ନାହାଁନ୍ତି କି ସେ ବିଜେପିରେ ଯୋଗ ଦେଉ ନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଓ ତାଙ୍କ ମଧ୍ୟରେ ମତଭେଦର କାରଣ କ’ଣ ? ସେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗିଛନ୍ତି ପ୍ରଶ୍ନର ଉତ୍ତରରେ ସଚିନ କହିଛନ୍ତି ଯେ, ମୁଁ ତାଙ୍କ ଉପରେ ରାଗି ନାହିଁ କି ମୁଁ ତାଙ୍କୁ କୌଣସି ବିଶେଷ ଅଧିକାର ମାଗୁନାହିଁ | ମୁଁ କେବଳ ଚାହୁଁଛି  ନିର୍ବାଚନ ସମୟରେ ରାଜସ୍ଥାନର ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କଂଗ୍ରେସ ସରକାର ପୂରଣ କରନ୍ତୁ। ନିର୍ବାଚନ ବେଳେ ​​ଆମେ ବସୁନ୍ଧରା ରାଜେ ସରକାର ବିରୁଦ୍ଧରେ ପ୍ରଚାର କରିଥିଲୁ, ଯେଉଁଥିରେ ବେଆଇନ ଖଣି ଖନନ ପ୍ରସଙ୍ଗ ଥିଲା ​କିନ୍ତୁ କ୍ଷମତାକୁ ଆସିବା ପରେ ଅଶୋକ ଗେହଲୋତ ନିଜେ ସେହି ରାସ୍ତାରେ ଚାଲି ପଡିଲେ । ଗତ ବର୍ଷ ରାଜସ୍ଥାନ ହାଇକୋର୍ଟ ପୂର୍ବ ନିଷ୍ପତ୍ତିକୁ ଖାରଜ କରି ବସୁନ୍ଧରା ରାଜେଙ୍କୁ ବଙ୍ଗଳା ଖାଲି କରିବାକୁ କହିଥିଲେ, କିନ୍ତୁ ଅଶୋକ ଗେହଲୋତ ସରକାର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ।

ଗୋଟିଏ ପଟେ ଅଶୋକ ଗେହଲୋତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ଅନ୍ୟ ପଟେ ସେ ମୋତେ ଏବଂ ମୋର ସମର୍ଥକମାନଙ୍କୁ ରାଜସ୍ଥାନରେ ବିକାଶମୂଳକ କାର୍ଯ୍ୟ କରିବାକୁ ଦେଉ ନାହାଁନ୍ତି । ଅଧିକାରୀମାନଙ୍କୁ ମୋର ନିର୍ଦ୍ଦେଶ ପାଳନ ନକରିବାକୁ କହିଛନ୍ତି । ମୋ ପାଖକୁ ଫାଇଲ ପଠାଯାଉ ନାହିଁ । ମାସ ମାସ ଧରି ବିଧାନସଭା ଦଳ କିମ୍ବା କ୍ୟାବିନେଟର କୌଣସି ବୈଠକ ହୋଇନାହିଁ । ଯଦି ମୁଁ ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିପାରିବି ନାହିଁ ତେବେ ଏପରି ପଦରେ ରହି ଲାଭ କ’ଣ ବୋଲି କହିଛନ୍ତି ସଚିନ ପାଇଲଟ୍ ।

ଦଳୀୟ ଫୋରମରେ  ଆପଣ କାହିଁକି ଏହି ପ୍ରସଙ୍ଗ ଉଠାଇଲେ ନାହିଁ ବୋଲି  ପ୍ରଶ୍ନ ଉପରେ ତାଙ୍କ ଉତ୍ତର ଥିଲା ଯେ,  ମୁଁ ଏହି ସମସ୍ୟାଗୁଡ଼ିକୁ ଅନେକ ଥର ସମସ୍ତଙ୍କ ସାମ୍ନାରେ ରଖିଛି | ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ସହ କଥା ହେଲି, ମୁଁ ନିଜେ ଅଶୋକ ଗେହଲୋତଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଛି। ମନ୍ତ୍ରୀ ଓ ବିଧାୟକଙ୍କର କୌଣସି ବୈଠକ ହେଉନଥିବା ହେତୁ ବିତର୍କ କିମ୍ବା ଆଲୋଚନାର କୌଣସି ସ୍ଥାନ ନଥିଲା।

ଅଶୋକ ଗେହଲୋତଙ୍କ ଦ୍ୱାରା ଡକାଯାଇଥିବା  ବୈଠକକୁ ଆପଣ କ’ଣ ପାଇଁ ଗଲେନି  ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ,  ମୋର ଆତ୍ମ ସମ୍ମାନକୁ ଆଘାତ ପହଞ୍ଚିଛି | ରାଜ୍ୟ ପୋଲିସ ମୋତେ ଦେଶଦ୍ରୋହୀ ନୋଟିସ ଦେଇଛି ।୨୦୧୯ ଲୋକସଭା ନିର୍ବାଚନରେ, ଆମେ ଏପରି ଆଇନ ହଟାଇବା ବିଷୟରେ କହୁଥିଲୁ ଏବଂ ଏଠାରେ କଂଗ୍ରେସ ସରକାର ନିଜ ମନ୍ତ୍ରୀଙ୍କୁ ଏପରି ନୋଟିସ ଦେଉଛନ୍ତି। ମୁଁ କରିଥିବା କାର୍ଯ୍ୟ ଅନ୍ୟାୟ ବିରୁଦ୍ଧରେ ଥିଲା | ଯଦି ଏହା ହ୍ୱିପର ବିଷୟ, ତେବେ ତାହା କେବଳ ବିଧାନସଭା ଗୃହରେ କାମ ଆସେ, ମୁଖ୍ୟମନ୍ତ୍ରୀ ଏହି ବୈଠକକୁ ଦଳ କାର୍ଯ୍ୟାଳୟରେ ଡାକିନଥିଲେ ବରଂ ନିଜ ଘରେ ଡାକିଥିଲେ ।

ବିଜେପି ସହିତ ମିଶି ସରକାର ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ନେଇ ଅଶୋକ ଗେହଲୋତଙ୍କ ଅଭିଯୋଗ ଉପରେ  ପାଇଲଟ୍ କହିଥିଲେ ଯେ,  ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ | ରାଜସ୍ଥାନରେ କଂଗ୍ରେସ ଜିତିବା ପାଇଁ ମୁଁ କଠିନ ପରିଶ୍ରମ କରିଛି, ମୁଁ ଦଳ ବିରୋଧରେ କାହିଁକି କାର୍ଯ୍ୟ କରିବି?  ମୁଁ ଏବେବି ଜଣେ କଂଗ୍ରେସ କର୍ମୀ । ମୋତେ ମୋ ସମର୍ଥକଙ୍କ ସହ ଆଗାମୀ ପଦକ୍ଷେପ ବିଷୟରେ ଆଲୋଚନା କରିବାକୁ ପଡିବ । ବିଜେପିରେ ଯୋଗ ଦେବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ,  ମୁଁ ବିଜେପିରେ ଯୋଗ ଦେଉନାହିଁ । ମୁଁ କେବଳ ମୋ ଲୋକଙ୍କ ପାଇଁ କାମ କରିବି ।

ମୁଖ୍ୟମନ୍ତ୍ରୀ ନହୋଇ ପାରିବାରୁ ସେ ଦଳ ଉପରେ ଅସନ୍ତୁଷ୍ଟ ଥିଲେ ବୋଲି ହେଉଥିବା ଅଭିଯୋଗ ଉପରେ ସଚିନ କହିଛନ୍ତି ଯେ, ଏହା କେବଳ ମୁଖ୍ୟମନ୍ତ୍ରୀ ହେବା ବିଷୟରେ ନୁହେଁ, ଯେତେବେଳେ ମୁଁ ୨୦୧୮ରେ ଦଳର ବିଜୟର ନେତୃତ୍ୱ ନେଇଥିଲି ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀଙ୍କ ପଦ ବିଷୟରେ କହିଥିଲି । ମୋର ସଠିକ୍ ଯୁକ୍ତି ଥିଲା | ମୁଁ ଯେତେବେଳେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲି, ସେତେବେଳେ ଦଳ ୨୦୦ ରୁ ୨୧ଟି ଆସନକୁ ଆସି ଯାଇଥିଲା ​​| ମୁଁ ପାଞ୍ଚ ବର୍ଷ କାମ କଲି  । ଗେହଲୋତ  ମୋତେ ଗୋଟିଏ ଶବ୍ଦ ମଧ୍ୟ କହିଲେ ନାହିଁ | କିନ୍ତୁ ନିର୍ବାଚନରେ ​​ବିଜୟର କିଛି ସମୟ ପରେ ଗେହଲୋଟ୍  ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଥିଲେ । ୨୦୧୮ ପୂର୍ବରୁ ସେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ତାଙ୍କ ନେତୃତ୍ୱରେ ଦଳ ଦୁଇଟି ନିର୍ବାଚନରେ ​​୫୬ ଏବଂ ୨୬ ରେ ପହଞ୍ଚିଛି। ଏହା ପରେ ମଧ୍ୟ ତାଙ୍କୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।  ମୁଁ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତି ଗ୍ରହଣ କଲି ଏବଂ ସେ ସିଏମ୍ ହେଲେ। ରାହୁଲଙ୍କ ନିର୍ଦ୍ଦେଶରେ ମୁଁ ଡେପୁଟି ସିଏମ୍ ମଧ୍ୟ ହେଲି । ରାହୁଲ ଗାନ୍ଧୀ ସମାନ ଶକ୍ତି ବାଣ୍ଟିବା ବିଷୟରେ କହିଥିଲେ, କିନ୍ତୁ ଗେହଲୋତ ମୋତେ ଅଣଦେଖା କରିବା ଆରମ୍ଭ କରିଥିଲେ।

(ଅନୁରାଧା ବାରିକ)

Leave a Reply