spot_img

Latest Posts

ଭୁବନେଶ୍ବର ଉତ୍କଳ ମଣ୍ଡପରେ ସାହିତ୍ଯ-ସଙ୍ଗୀତର ଯୁଗଳବନ୍ଦି, କଦମ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଲା କାର୍ଯ୍ଯକ୍ରମ ଶୀତୁଆ ସନ୍ଧ୍ୟା

ଭୁବନେଶ୍ୱର : ଭୁବନେଶ୍ବର ଉତ୍କଳ ମଣ୍ଡପରେ ସାହିତ୍ୟ ସଙ୍ଗୀତର ଯୁଗଳବନ୍ଦି । ଗୀତ, ସଂଗୀତ ସହ ସାହିତ୍ୟ ଚର୍ଚ୍ଚା । କଦମ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଲା ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଶୀତୁଆ ସନ୍ଧ୍ୟା । ସାହିତ୍ଯ ଓ ସଙ୍ଗୀତର ଅପୂର୍ବ ସମନ୍ବୟରେ ପରିସ୍ଫୁଟ ଅନୁଭବ, ଅନୁଭୂତି ଓ ବାସ୍ତବବାଦୀ ଚେତନା । କାର୍ଯ୍ଯକ୍ରମରେ ବିଶିଷ୍ଟ ରାଜନେତା ତଥା ନୟାଗଡ଼ ବିଧାୟକ ଲେଖକ ଡଃ ଅରୁଣ କୁମାର ସାହୁଙ୍କ ରଚିତ ପୁସ୍ତକ ପୀଡ଼ା ଉନ୍ମୋଚିତ ହେବା ସହ ଏହା ଉପରେ ଚର୍ଚ୍ଚା କରାଯାଇଥିଲା । ସାହିତ୍ୟ ଓ ସଙ୍ଗୀତର ଜୁଗଳବନ୍ଦୀରେ ଏହି ସନ୍ଧ୍ୟାରେ ସାମିଲ ହୋଇଛନ୍ତି ଶତାଧିକ ଦର୍ଶକ । ଜୀବନରେ ସାଉଁଣ୍ଟୁଥିବା ଅନୁଭବ ଓ ଆବେଗକୁ ସମାଜର ହିତ ପାଇଁ ବିତରଣ କରିବା ଉଦ୍ଦେଶ୍ଯରେ ଏହାକୁ ରଚନା କରିଥିାବ କହିଛନ୍ତି ଲେଖକ ଡଃ ଅରୁଣ କୁମାର ସାହୁ । ମଣିଷ ଜୀବନର ସଂଘର୍ଷ ଓ ସାମାଜିକ ପରିବର୍ତ୍ତନକୁ ନେଇ ଏହି କାର୍ଯ୍ୟକ୍ରମ ଏକ ନୂତନ ଦିଗ୍ଦର୍ଶନ ଦେବ ବୋଲି କହିଛନ୍ତି ଆୟୋଜକ ।

ଜୀବନରେ ସମର୍ପଣ ଭାବ ରହିବା ଏକାନ୍ତ ଆବଶ୍ୟକ । ଏହିକୁ ନେଇ ଶୀତୁଆ ସନ୍ଧ୍ୟା ପରି ଗୀତ ରଚନା କରିଛନ୍ତି ନିଜେ ଅରୁଣ ସାହୁ । ଗୀତ ରଚନା କରିବା ସହ ସେଥିରେ ଅଭିନୟ ମଧ୍ଯ କରିଛନ୍ତି । ଗୀତର ପ୍ରତ୍ୟେକଟି ଦୃଶ୍ୟରେ ନୟାଗଡ଼ ପର୍ଯ୍ୟଟନର ବିଭବ ପ୍ରଦର୍ଶିତ ହୋଇଛି । ଉତ୍କଳ ମଣ୍ଡପରେ ପ୍ରଦର୍ଶିତ ହୋଇଛି ଏହି ମ୍ଯୁଜିକ ଭିଡିଓ । ଜାପାନୀ ଏହାକୁ ସଙ୍ଗୀତରେ ସଜେଇଥିବାବେଳେ ନିର୍ଦ୍ଦେଶନା ଦେଇଛ୍ତି ବାବୁ ବାବୁ । କଣ୍ଠଦାନ କରିଛନ୍ତି ଚିରାଗଦୀପ । ଶୀତୁଆ ସନ୍ଧ୍ୟାର ଏହି କାର୍ଯ୍ଯକ୍ରମରେ ବହୁ ସାହିତ୍ୟିକ, ରାଜନେତା, ସମାଜସେବୀ ଯୋଗ ଦେଇ ଅରୁଣ ସାହୁଙ୍କ ଏହି କୃତିକୁ ପ୍ରଶଂସା କରିଥିଲେ ।

Latest Posts

Don't Miss