ସାପ ବିଷ ସ୍ମଗଲିଂ ପଛରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ସନ୍ଦେହ

ବଲାଙ୍ଗୀର: ସାପ ବିଷ ସ୍ମଗଲିଂ ଗ୍ୟାଙ୍ଗର ଚେର ଖୋଜିବା ପାଇଁ ବଲାଙ୍ଗୀରରେ ବନ ବିଭାଗର ଚଢାଉ । ବଲାଙ୍ଗୀରର ମାଷ୍ଟରମାଇଣ୍ଡ ସତ୍ୟ ନାରାୟଣ ଦାସ ଘରେ ଚଢ଼ାଉ କରିଛି ବନ ବିଭାଗ । ସତ୍ୟ ନାରାୟଣଙ୍କ ପୁଅ ସୁରଜ ଗତକାଲି ଗିରଫ ହୋଇଥିଲା  । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ସୁରଜଙ୍କୁ ରିମାଣ୍ଡରେ ନେବ ବନ ବିଭାଗ । ଗତକାଲି ବଲାଙ୍ଗୀରରୁ ରାଜଧାନୀ ଆଣି ସାପ ବିଷ ସ୍ମଗ୍‌ଲିଂ ରାକେଟର ପର୍ଦ୍ଦାଫାସ କରିଥିଲ ବିନ ବିଭାଗ । ଏବଂ ଏଥିରେ ସମ୍ପୃକ୍ତ ଥିବା ୬ ଜଣକୁ ଗିରଫ କରିଥିଲା ବନ ବିଭାଗ  । ଏହାସହ ୧୦ ଲକ୍ଷ ଟଙ୍କାରେ ଡିଲ୍ ବେଳେ ଧରାପଡ଼ିଥିଲେ ଅଭିଯୁକ୍ତ । ସେମାନଙ୍କ ଠାରୁ ପ୍ରାୟ ଏକ ଲିଟର ସାପବିଷ ଜବତ ହୋଇଥିଲା ।  ଜବତ ସାପବିଷ ଟେଷ୍ଟିଂ ପାଇଁ ଲ୍ୟାବ୍‌କୁ ପଠାଯିବା ସହ ରାକେଟ ପଛରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ସନ୍ଦେହ କରାଯାଉଥିବାରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି   ।

ବଲାଙ୍ଗୀରର ମାଷ୍ଟରମାଇଣ୍ଡ ସତ୍ୟ ନାରାୟଣଙ୍କ ପୁଅକୁ ମାରାଥନ ଜେରା ପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସଥିବା ଜଣାପଡ଼ିଛି । ଏହି ଆଧାରରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ସାଧାକରଣ ଭାବେ ଏହି ସାପ ବିଷରୁ ମେଡ଼ିସିନ ପ୍ରସ୍ତୁତ କରାଯାଉଥିବା ବେଳେ ଜବତ ସାପ ବିଷକୁ କେଉଁଠାକୁ ସ୍ମଗଲିଂ କରାଯାଉଥିଲା ସେନେଇ ତନାଘନା ଜାରି ରହିଛି ।

ଯଦିଓ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ସାପ ବିଷକୁ ଅଣ୍ଡରଗ୍ରାଉଣ୍ଡ ମାର୍କେଟରେ ବିକ୍ରି କରିବାକୁ ନିଆଯାଉଥିଲା । ବ୍ରାଉନ ସୁଗାର, ନିଶା ଦ୍ରବ୍ୟ ଭାବେ ଅନେକ ଏହାକୁ ବ୍ୟବହାର କରିଥାନ୍ତି । ଏବଂ ସାପ ବିଷକୁ ଏହି ଆଧାରରେ ବିକ୍ରି ହେଉଥିବା କୁହାଯାଉଛି । ତେବେ କେଉଁ ବିଷଧର ସାପରୁ ଏକ ଲିଟରର ବିଷ ବାହାରିଛି ସେନେଇ ପରୀକ୍ଷା କରିବା ପାଇଁ ବିଭିନ୍ନ ଲ୍ୟାବ୍ରୋଟୋରିକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଏସଏଫ ।

Leave a Reply