ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ

1 min read

ନୂଆଦିଲ୍ଲୀ: ଜଣାଶୁଣା ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଯକୃତ ଜନିତ ସମସ୍ୟା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର ଏକାଧିକ ଅଙ୍ଗ ଖରାପ ହୋଇଯିବାରୁ ସେ ଭେଣ୍ଟିଲେଟରେ ଚିକିତ୍ସିତ ହେଉଥିଲେ । ଆଜି ସଂଧ୍ୟା ବେଳେ ତାଙ୍କ ଦେହ ଆହୁରି ଖରାପ ହୋଇଯାଇଥିଲା । ଏଥିସହ ତାଙ୍କର ହୃଦଘାତ ମଧ୍ୟ ହୋଇଥିଲା । ପରେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ସଂଧ୍ୟା ୬ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

No democracy in Team Anna, says Agnivesh - The Hindu

ସୂଚନା ଯୋଗ୍ୟ ଯେ, ଗତ ୨୦୦୮ରେ କେତେକ ବିଜେପି ଓ ବିଶ୍ୱ ହିନ୍ଦୁ ପରିଷଦ କର୍ମୀଙ୍କ ଦ୍ୱାରା ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାକୁ ନେଇ ସେ ଚର୍ଚ୍ଚାରେ ହୋଇଥିଲା । ଝାଡ଼ଖଣ୍ଡରେ ଖ୍ରୀଷ୍ଟିଆନ୍ ମିସନାରୀଙ୍କ ପ୍ରତି ତାଙ୍କ ସମର୍ଥନକୁ ନେଇ ଏହି ଆକ୍ରମଣ କରାଯାଇଥିବା ସୂଚନା । ଆନ୍ନା ହଜାରେଙ୍କ ଆନ୍ଦୋଳନରେ ମଧ୍ୟ ସେ ଜଡ଼ିତ ଥିଲେ । ସ୍ୱାମୀ ଅଗ୍ନିବେଶ ପୂର୍ବରୁ ଏକ ରାଜନୈତିକ ଦଳ ମଧ୍ୟ ପ୍ରତିଷ୍ଠା କରିଥିଲେ । ଯାହା ୧୯୭୦ ମସିହାରେ ଆର୍ଯ୍ୟ ସମାଜର ନୀତି ଆଦର୍ଶକୁ ନେଇ ଗଠିତ ହୋଇଥିଲା । ଏଥିସହିତ ସେ ହରିୟାଣାରୁ ବିଧାୟକଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ।

Leave a Reply