ଶ୍ରୀମନ୍ଦିରରେ କଡ଼ାକଡ଼ି ହେଲା କଟକଣା: ନିୟମ ମାନି ଦର୍ଶନ କଲେ ଭକ୍ତ

1 min read

ପୁରୀ: ଶ୍ରୀମନ୍ଦିରେ କଡ଼ାକଡ଼ି ହେଲା କରୋନା କଟକଣା । ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି ପ୍ରଶାସନ ।ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିରଧାନକୁ ବାଧ୍ୟତାମୂଳକ କରାଯାଇଛି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଏହି କଟକଣାକୁ ମାନିଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ କରିଛନ୍ତି । ଯାହାର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛି ପୁରୀ ପୋଲିସ । ଯେଉଁଥିରେ ଶ୍ରୀମନ୍ଦିରେ କଟକଣା କଡ଼ାକଡ଼ି କରାଯାଇଥିବା ଲେଖିଛି ପୁରୀ ପୋଲିସ । ଏଥିସହିତ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ଏବଂ ଯେଉଁମାନେ ନିୟମ ମାନୁଛନ୍ତି ସେମାନେ ସୁରୁଖୁରୁରେ ଦର୍ଶନ କରୁଥିବା ଟ୍ୱିଟ୍‌ରେ ଉଲ୍ଲେଖ ରହିଛି ।

Image

ସୂଚନା ଯୋଗ୍ୟ ଯେ,  କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ନୂଆ ଗାଇଡଲାଇନ ଜାରି କରାଯାଇଛି । ଆସନ୍ତା କାଲି ଅର୍ଥାତ ଏପ୍ରିଲ ୪ ତାରିଖରୁ ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନୂଆ SOP ଜାରି କରିଛି । ଏଣିକି ଶ୍ରୀମନ୍ଦିରରେ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ।

Image

ଏସଓପି ଅନୁଯାୟୀ ଗତ ରବିବାର ଦିନ ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । ଏହା ବାଦ ପ୍ରତିଦିନ ସକାଳ ୬ଟାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଆସୁଛନ୍ତି । ତେଣୁ ସଂକ୍ରମଣ ଏଡାଇବାକୁ ମନ୍ଦିର ପରିସରକୁ ସାନିଟାଇଜ କରିବାକୁ ଗୁରୁତ୍ବ ଦିଆଯାଇଛି।

ସେପଟେ ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦର୍ଶନ ବନ୍ଦ ପରେ ରାତରେ ସପ୍ତାହକୁ ୨ଥର ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଥିବା ଜଣାପଡିଛି ।

ଏଥିସହିତ ପଢ଼ନ୍ତୁ: ବଢୁଛି ସଂକ୍ରମଣ; ପ୍ରତି ରବିବାର ବନ୍ଦ ରହିବ ଜଗା ଦର୍ଶନ

ଏଥିସହିତ ପଢ଼ନ୍ତୁ: ଶହେ ଲୋକରେ ବିବାହ, ଭୋଜି ନୁହେଁ ବଣ୍ଟାଯିବ ଖାଦ୍ୟ ପୁଡିଆ

Leave a Reply