‘କୋଭିଡ୍’ ପ୍ରୋଟୋକଲରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ

1 min read

ଭୁବନେଶ୍ୱର: ଅପହରାହ୍ଣ ୨ଟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପେକ୍ଷା କରିଥାଏ ଭୁବନେଶ୍ୱର ବିମାନ ବନ୍ଦର । ସାମାଜିକ ଦୂରତା ରକ୍ଷା କରି ଠିଆ ହୋଇଥାନ୍ତି ଭିଆଇପି ଓ ଭିଭିଆଇପି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ୨ ମିଟର ଦୂରକୁ ଛିଡ଼ା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୋଲିସ ଡିଜି ଅଭୟ ବି ସମାନ ଦୂରତାରେ ଠିଆ ହୋଇଥିଲେ । ଅପରାହ୍ଣ ୨ଟା ୫୦ । ସ୍ୱତନ୍ତ୍ର ରାଜଦୂତ K-5012 ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତେ ସ୍ୱାଗତ କରିଥିଲେ । କିନ୍ତୁ କେହି ହାତ ମିଳାଇ ନଥିଲେ । ସମସ୍ତଙ୍କ ମୁହଁରେ ଥିଲା ମାସ୍କ ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଅନ୍ୟ ବିଜେପି ନେତା ବି ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାତ୍ୟାଞ୍ଚଳ ପରିଦର୍ଶନ କରିବାକୁ ବାହାରିଲେ ମୋଦି । ତାଙ୍କ ସହ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଯାଇଥିଲେ । ଅନ୍ୟ ଏକ ହେଲିକପ୍ଟରରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ।

ଗତକାଲି ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଖବର ପାଇଥିଲେ ରାଜ୍ୟ ସରକାର । ସୁରକ୍ଷା ବନ୍ଦୋବସ୍ତ ପାଇଁ ୨୪ ଘଣ୍ଟାରୁ କମ୍‌ ସମୟ ଥିଲା । ଅତିରିକ୍ତ ପୋଲିସ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ଲୁ-ବୁକ୍‌ ଅନୁସାରେ ହୋଇଥିଲା ସୁରକ୍ଷା ବ୍ୟବସ୍ଥା । ସ୍ନିଫର ଡଗ୍‌ କରିଥିଲା ଚେକିଂ । ବିମାନବନ୍ଦରରେ ତନ୍ନତନ୍ନ ଯାଞ୍ଚ କରିଥିଲେ ସୁରକ୍ଷାକର୍ମୀ । ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯାଇଥିଲା । ପୂର୍ବରୁ ପୁରୁଣା ଟର୍ମିନାଲ ଦେଇ ଭିଭିଆଇପିଙ୍କ ସ୍ୱାଗତ ପାଇଁ ଯିବାକୁ ପଡୁଥିଲା । ଏଥର ନୂଆ ଟର୍ମିନାଲର ସ୍ୱତନ୍ତ୍ର ଗେଟ୍‌ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରବେଶ ପାଇଁ ଉଦ୍ଧିଷ୍ଟ ରଖାଯାଇଥିଲା । ବିମାନ ବନ୍ଦର ଭିତରେ ଓ ବାହାରେ ୪ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ ଥିଲେ । ପୂର୍ବ ରାତିରୁ ଏସ୍‌ପିଜିର ୨୬ ଜଣିଆ ଟିମ୍‌ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

Leave a Reply