ସୋସିଆଲ ମିଡିଆରୁ ମିଳିଲା ମୃତକଙ୍କ ପରିଚୟ

ଭଦ୍ରକ: ସୋସିଆଲ ମିଡିଆରୁ ମିଳିଲା ମୃତ ବ୍ୟକ୍ତିଙ୍କ ପତ୍ତା । ଚିହ୍ନଟ ପରେ ମାଟିରୁ ମୃତଦେହ ଖୋଳି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ । ଭଦ୍ରକ ଆଗରପଡା ଥାନା ଅଧିନସ୍ଥ କୁସୁନ ନଗର ଗାଁରେ ଘଟିଛି ଏଭଳି ସାଙ୍ଘାତିକ ଘଟଣା । ମୃତକ ଜଣକ ହେଲେ ଗାଁର ଚକ୍ରଧର ବେହେରା ।

ଚକ୍ରଧର ୩୧ ଜାନୁଆରୀରେ କୃଷି ସମାବେଶ ପାଇଁ ଭୁବନେଶ୍ୱର ଯାଇ ନିଖୋଜ ଥିଲେ । ଏନେଇ ଫେବ୍ରୁଆରୀ ୪ରେ ନିଖୋଜ ଏତଲା ଦେଇଥିଲେ ପରିବାର ଲୋକ । ତେବେ ୨ ତାରିଖରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡାରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ପରିଚୟ ଖୋଜାଖୋଜି କରିବା ପରେ ୬ ତାରିଖରେ ଶବ ବ୍ୟବଛେଦ ପରେ ମାଟିରେ ପୋତିଦେଇଥିଲା ।

ତେବେ ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ପରିବାର ଲୋକେ ଚିହ୍ନି ପାରିଥିଲେ । ଏବଂ ଏନେଇ ଭଣ୍ଡାରିପୋଖରୀ ଥାନାକୁ ଯାଇଥିଲେ । ସେଠାରେ ଉକ୍ତ ବ୍ୟକ୍ତି ନିଖୋଜ ଥିବା କହିବା ସହ ସମସ୍ତ ଆବଶ୍ୟକ ପ୍ରମାଣ ପତ୍ର ମଧ୍ୟ ପୋଲିସକୁ ପ୍ରଦାନ କରିଥିଲେ । ପରିବାରର ପ୍ରମାଣ ପରେ ମୃତ ଦେହ ଖୋଳି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

Leave a Reply