ଆସନ୍ତା ୨୧ ତାରିଖ ସୂର୍ଯ୍ୟ ପରାଗ, ଜାଣନ୍ତୁ କେଉଁ ଅଞ୍ଚଳରେ ହେବ ଦୃଶ୍ୟମାନ

1 min read

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ରବିବାର ସୂର୍ଯ୍ୟ ପରାଗ । ଆଫ୍ରିକା, ଉତ୍ତର- ପୂର୍ବ ୟୁରୋପ ଓ ଏସିଆ ମହାଦେଶର କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ପୂର୍ଣ୍ଣ ପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦେଖାଯିବ । ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରାୟ ଏକ ମିନିଟ୍‌ ଧରି ବଳୟ ସୂର୍ଯ୍ୟ ପରାଗ ଦେଖାଯିବ ।

ଦେଶର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ। ଓଡିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ପ୍ରାୟ ୬୦ ପ୍ରତିଶତରୁ ୭୨ ପ୍ରତିଶତ ଘୋଡ଼ାଇ ଦେବ ଓ ଆମକୁ ଆଂଶିକ ପରାଗ ଦେଖାଯିବ। ଓଡ଼ିଶା ସମେତ ଦେଶର ସବୁ ଅଞ୍ଚଳରେ ଏହା ପ୍ରାୟ ସକାଳ ୧୦ଟା ୨୦ରେ ଆରମ୍ଭ ହୋଇ ୨ଟା ୨୦ ବେଳକୁ ଶେଷ ହେବ ।

ଭୁବନେଶ୍ୱରରେ ଏହା ସକାଳ ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୯ରେ ଶେଷ ହେବ। ନିରାପଦ ଓ ସହଜ ଉପାୟଗୁଡିକ ମଧ୍ୟରେ ସୂର୍ଯ୍ୟ ପରାଗ ଦେଖିହେବ। ତେବେ ଉପଯୁକ୍ତ ସାବଧାନତା ଅବଲମ୍ବନ କରିବା ଜରୁରୀ ।

Leave a Reply