ସୁବର୍ଣ୍ଣପୁର : ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଗୋଟିଏ କ୍ଲାସ ରୁମକୁ ୭୨ ପିଲା । ଜାଗା ଅଭାବରୁ ବାରଣ୍ଡାରେ ଚାଲିଛି ପାଠପଢା । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମୋଟ ୭୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୪ ଜଣ ଶିକ୍ଷକ ଅଛନ୍ତି । ହେଲେ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ । ଫଳରେ ଗୋଟିଏ ଘରେ ଏପଟ ସେପଟ ହୋଇ ପିଲା ବସି ପାଠ ପଢୁଛନ୍ତି ।
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଢିଲାରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ । ଫଳରେ ପିଲା ଗୋଦାମ ଘରେ ଓ ବାରଣ୍ଡାରେ ବସି ପାଠ ପଢିବାକୁ ବାଧ୍ୟ ହୋଉଛନ୍ତି । ଏନେଇ ଅଭିଭାବକ ମାନେ ବାରମ୍ବାର ପ୍ରଶାସନକୁ ଜଣାଇଲେଣି ହେଲେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ବଢିଲା ବିଦ୍ୟାଳୟରେ ଅବ୍ୟବସ୍ଥାରେ ଚାଲିଛି ପିଲାଙ୍କ ପାଠପଢା । ତୁରନ୍ତ ଏହାର ସମାଧାନ ହେବା ଜରୁରୀ ହୋଇ ପଡିଛି।

