ସୋନିଆଙ୍କୁ ଭେଟିଲେ ଗୁଲାମ ନବି ଆଜାଦ, କହିଲେ ‘କଂଗ୍ରେସରେ ସବୁକିଛି ଠିକ୍ ଚାଲିଛି’

1 min read
Sonia Gandhi meets Ghulam Nabi Azad

ନୂଆଦିଲ୍ଲୀ: କଂଗ୍ରେସରେ ସବୁକିଛି ଠିକ୍‌ ଅଛି । ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ମଗାଯାଇନାହିଁ । କଂଗ୍ରେସ ନେତା ଗୁଲାମ ନବି ଆଜାଦ ପାର୍ଟିର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଭେଟିବା କିଛି ବଡ଼ କଥା ନୁହେଁ, ଦଳ କିପରି ସୁଦୃଢ ହେବ ସେନେଇ ଆଲୋଚନା ହୋଇଥିବା ଗୁଲାମ କହିଛନ୍ତି । ଆଗକୁ ଆସୁଥିବା ନିର୍ବାଚନରେ ଦଳ ପକ୍ଷରୁ କଣ ରହିବ ଏଜେଣ୍ଡା ସେନେଇ ମଧ୍ୟ ଆଲୋଚନା ହୋଇଛି । ଆଜି ଦିଲ୍ଲୀର ୧୦ ଜନପଥରେ ପହଞ୍ଚି ସୋନିଆଙ୍କୁ ଭେଟିଥିଲେ ଗୁଲାମ ନବି ଆଜାଦ ।

Sonia Gandhi meets Ghulam Nabi Azad

ଏହା ପୂର୍ବରୁ ସୋନିଆ ଆଜାଦଙ୍କ ସହ ଦୁଇ ଥର କଥା ହୋଇଥିଲେ । ଅନ୍ୟପଟେ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅସନ୍ତୁଷ୍ଟ ଗୋଷ୍ଠୀର ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ଭେଟି ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ପ୍ରାୟ ୪୫ ମିନିଟ୍ ଧରି ହୋଇଥିଲା । ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ବିଦ୍ରୋହ ଦେଖିବାକୁ ମିଳିଛି । ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ଜି-୨୩ । ଏହି  ବିଦ୍ରୋହୀ ଗୋଷ୍ଠୀ ଦୁଇ ଦିନରେ ଦୁଇଟି ବୈଠକ କରି ସାରିଛନ୍ତି । ଗୁଲାମ ନବି ଆଜାଦଙ୍କ ଘରେ ଆୟୋଜିତ ବୈଠକରେ ଦଳର ବରିଷ୍ଠ ନେତା ସାମିଲ ଥିଲେ । ଏହା ପୂର୍ବରୁ ଜି-୨୩ ଗ୍ରୁପର ସଦସ୍ୟ ନିର୍ବାଚନ ଫଳାଫଳ ଦିନ ମଧ୍ୟ ବୈଠକ କରିଥିଲେ ।