ସୌମ୍ଯଙ୍କ ପ୍ରତିଶୃତି, ହକର ମାନଙ୍କ ପାଇଁ ପାଲଟି ଯାଇଛି ଅଭିଶାପ

ବାଲେଶ୍ୱର : ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ବାଲେଶ୍ବର ହକର ସଂଘ । ସୌମ୍ଯଙ୍କ ପ୍ରତିଶୃତି, ହକର ମାନଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ସେମାନଙ୍କ ଦାନାରେ ବାଧାଦେଇ ନୂଆ ହକର ସୃଷ୍ଟି କରୁଛନ୍ତି ସୌମ୍ୟ । ତେବେ ଏହି ନୂଆ ହକରଙ୍କ ନାଁରେ ସୌମ୍ୟରଞ୍ଜନ ବ୍ୟାଙ୍କରୁ ଋଣ ଉଠାଇ ସେମାନଙ୍କ ଭବିଷ୍ୟତ ସହିତ ଖେଳୁନାହାନ୍ତି ତ ? ଏମିତି ପ୍ରଶ୍ନ ଉଠାଇଛି ବାଲେଶ୍ବର ହକର ସଂଘ । ଅନ୍ୟପଟେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପକ୍ଷରୁ ଅପରାଧିକ ମନୋବୃତି ନେଇ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଠକାଯାଇଛି । ସମ୍ବାଦ ସମ୍ପାଦକ ଓ ଏଚଆର ମୁଖ୍ୟଙ୍କ ବିରୋଧରେ ବହୁ ସାକ୍ଷୀଙ୍କୁ ଜେରା କରାଯାଇଛି ।

ସେମାନେ ନିଜ ଅଭିଯୋଗ ସମ୍ପର୍କିତ ସମସ୍ତ ପ୍ରମାଣ ଦାଖଲ କରିବା ସହ କିଭଳି କର୍ମଚାରୀଙ୍କୁ ଚାକିରି ଧମକ ଦେଇ ବେଆଇନ ଭାବେ ସେମାନଙ୍କ ନାଁରେ ଋଣ କରାଯାଇଥିଲା ସେ ସମ୍ପର୍କରେ ସବୁ ତଥ୍ୟ ରଖିଛନ୍ତି । ସମ୍ବାଦ ଭବନରୁ ଇଓଡବ୍ଲୁ ଏହି ବ୍ୟାଙ୍କ ସ୍କାମ ସମ୍ପର୍କିତ ଅନେକ ପ୍ରାମାଣଯୋଗ୍ୟ ଦସ୍ତାବେଜ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ୩୫୦ରୁ ଅଧିକ ସମ୍ବାଦ ଓ ଇଷ୍ଟର୍ଣ୍ଣ ମିଡିଆ କର୍ମଚାରୀଙ୍କ ନାଁରେ ଋଣ ଉଠଯାଇଛି ।