spot_img

Latest Posts

ଆଖିବୁଜା ଗୁଳିମାଡ଼ରେ ୧୦ ମୃତ, ୧୨ରୁ ଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଆଖିବୁଜା ଗୁଳିମାଡ଼। ଗୁଳିମାଡ଼ରେ ୧୦ ମୃତ, ୧୨ରୁ ଅଧିକ ଆହତ। କିଛି ମାସ ମଧ୍ୟରେ ଏହା ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଭୟଙ୍କର ଗୁଳିମାଡ଼ ବୋଲି ସୂଚନା ମିଳିଛି। ଜୋହନ୍ସବର୍ଗର ଦକ୍ଷିଣ ପଶ୍ଚିମାଞ୍ଚଳ ଅନ୍ତର୍ଗତ ବେକେର୍ସଡାଲରେ ଘଟିଛି ଏହି ଲୋମହର୍ଷକ ଘଟଣା। ଅଜଣା ଦୁର୍ବୃର୍ତ୍ତମାନେ ଏହି କାଣ୍ଡ ଭିଆଇଥିବା ସୂଚନା ମିଳିଛି। ଗାଉତେଙ୍ଗ ପ୍ରଜାତନ୍ତ୍ରର ପୋଲିସ ମୁଖପାତ୍ର ବ୍ରିଗେଡିୟର ବ୍ରେଣଅଡା ମୁରିଦିଲି କହିଛନ୍ତି- ଏହି ଘଟଣା ପଛରେ ଥିବା ପ୍ରକୃତ କାରଣ ଜଣାପଡିନାହିଁ। ଅପରାଧୀଙ୍କୁ ଧରିବା ଲାଗି ରେଡ ଜାରି ରହିଛି। ଦକ୍ଷିଣ ଆଫ୍ରିକାର ପ୍ରମୁଖ ସୁନା ଖଣି ଅଞ୍ଚଳ ଭାବେ ପରିଗଣିତ ବେକେର୍ସଡାଲ ଇଲାକାରେ ଏହି ଗୁଳିକାଣ୍ଡ ଘଟିଛି। ଗତ ଡିସେମ୍ବର ୬ରେ ପ୍ରିଟୋରିଆରେ ଘଟିଥିବା ଘଟିଥିବା ଗୁଳିମାଡ ଘଟଣାରେ ଜଣେ ଶିଶୁ ସମେତ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ୬୩ ନିୟୁତ ଜନସଂଖ୍ୟାବିଶିଷ୍ଟ ଦକ୍ଷିଣ ଆଫ୍ରିକାରେ ବିଶ୍ବରେ ସର୍ବାଧିକ ହତ୍ୟାକାଣ୍ଡ ଘଟିଚାଲିଛି।

Latest Posts

Don't Miss