ସ୍ପେନରେ ହଟିଲା କୋଭିଡ କଟକଣା: ବିନା ମାସ୍କରେ ଖୁସିରେ ନାଚିଲେ ସ୍ପେନବାସୀ

1 min read

ସ୍ପେନ: ଧୀରେ ଧୀରେ କରୋନାକୁ ମାତ୍ ଦେଉଛନ୍ତି ବଡ ବଡ ରାଷ୍ଟ୍ର । ଗତକାଲି ସ୍ପେନରେ ହଟିଛି କୋଭିଡ କଟକଣା । ଏହାସହ ରାତ୍ରକାଳୀନ କର୍ଫ୍ୟୁ ବି ପ୍ରତ୍ୟାହାର କରାଯାଇଛି । ଫଳରେ ଲୋକେ ରାତିରେ ନାଚ ଗୀତ ସହ ରାସ୍ତା ଉପରେ ସେଲିବ୍ରେସନ କରିଛନ୍ତି । ତେବେ ଆଶ୍ଚର୍ଯର କଥା ମାଦ୍ରିଦ ପୋଲିସ ପୁଏର୍ଟା ଡେଲ ସୋଲ ଛକ ବାହାରେ ଥିବା ଲୋକଙ୍କୁ ମାସ୍କ ନ ପିନ୍ଧି ନାଚିବାକୁ କହିଥିଲା । ଏହି ଦୃଶ୍ୟ ବୟାନ କରୁଥିଲା କୋଭିଡ ପୂର୍ବର ସ୍ଥିତି । ମହାମାରୀ ପୂର୍ବର ସମୟକୁ ମନେପକାଇଥିଲେ ସଭିଏଁ ।

ପ୍ରତିବନ୍ଧକ ହଟାଯିବା ପରେ ପ୍ରେମୀଯୁଗଳ ସବୁ ବାର୍ସିଲୋନାର ମୁଖ୍ୟ ବର୍ଗ ଏବଂ ସମୁଦ୍ର କୂଳରେ ଏକାଠି ହୋଇଥିଲେ । ବନ୍ଧୁମାନଙ୍କ ସହ ଆସିଥିବା ଜୁଆନ୍ କେଦଭିଦ୍ କହିଛନ୍ତି ଯେ ନିଜକୁ ସ୍ୱାଧୀନ ଅନୁଭବ କରୁଛି । କୋଭିଡ -19 ହେତୁ ଏହା ଟିକେ ଭୟାନକ, ତଥାପି ମୁଁ ଲୋକଙ୍କ ସହ ଏକାଠଇ ରହିବାକୁ ଚାହୁଁଛି । ମହାମାରୀ ପାଇଁ ଗତ ସାତ ମାସ ଧରି ବନ୍ଦ ହୋଇପଡିଥିଲା ରେଷ୍ଟୁରାଣ୍ଟ । ଏବେ ଖୋଲିବାର ସମ୍ଭାବନା ଦେଖାଦେଇଥିବାରୁ ବାର୍ସିଲୋନା ନିବାସୀ ୨୫ ବର୍ଷ ଯୁବକ ଖୁସି ବ୍ୟକ୍ତି କରିଛନ୍ତି । ସ୍ଥାନୀୟ ରେଷ୍ଟୁରାଣ୍ଟଗୁଡିକ ରବିବାର ଠାରୁ ପୁନର୍ବାର ରାତ୍ରୀ ଭୋଜନ କରିବାକୁ ସକ୍ଷମ ହୋଇଛନ୍ତି ।

ଏହାସହ ରାତି ୧୧ଟା ପର୍ଯ୍ୟନ୍ତ ଖୋଲାଯିବାକୁ ବି ନିଷ୍ପତ୍ତି ହୋଇଛି । ତଥାପି, ଟେବୁଲ ପ୍ରତି ଚାରି ଜଣଙ୍କର ସୀମା ଅଛି । ଭିତରେ ଖାଇବା ପାଇଁ ସୀମା ୩୦ ପ୍ରତିଶତ ଲୋକଙ୍କୁ ପରମିସନ ଦିଆଯିବ । ମାଦ୍ରିଦ ପୋଲିସ କହିଛି ଯେ କର୍ଫ୍ୟୁ ସମାପ୍ତ ହୋଇଛି, ମହାମାରୀ ସମାପ୍ତ ହୋଇନି । ଆମକୁ ଜଗିରଖି ଚଳିବାକୁ ପଡିବ । ଅଯଥା ଏଣେତେଣେ ନବୁଲି ଗାଇଡଲାଇନ ମାନି ଚାଲିବାକୁ ହେବ ।

Leave a Reply