ଗର୍ଭବତୀ ମହିଳାଙ୍କ ପାଇଁ ଟିକାକରଣ କେନ୍ଦ୍ରରେ ରହିବ ସ୍ୱତନ୍ତ୍ର ପ୍ରତୀକ୍ଷା କକ୍ଷ

Special Room For Pregnant Women In Covid Vaccination Centre

ଭୁବନେଶ୍ୱର: ରାଜ୍ୟରେ ଯେତିକି କୋଭିସିଲ୍ଡ ଟିକା ଅଛି ଆଉ ୨ ଦିନ ଟିକାକରଣ ଚାଲିବ । ତା’ପରେ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ବର୍ତ୍ତମାନ ୧, ୯୦ ହଜାର ୯୮୦ ଡୋଜ୍ କୋଭିସିଲ୍ଡ ଏବଂ ୨ ଲକ୍ଷ ୯୮ ହଜାର ୮୧୦ କୋଭକ୍ସିନ ମହଜୁଦ୍ ଅଛି । ୧୫ ତାରିଖରେ କେନ୍ଦ୍ର ସରକାର ୩ ଲକ୍ଷ ୧୬ ହଜାର ୪୭୦ ଡୋଜ୍ କୋଭିସିଲ୍ଡ ଟିକା ରାଜ୍ୟକୁ ପ୍ରଦାନ କରିବେ ।

Special Room For Pregnant Women In Covid Vaccination Centre

ଜୁଲାଇ ମାସର କୋଟା ଅନୁସାରେ ରାଜ୍ୟକୁ ୨୫ ଲକ୍ଷ ୩୧ ହଜାର ୮୦୦ ଡୋଜ୍ କୋଭିସିଲ୍ଡ ଏବଂ ୫ ଲକ୍ଷ ୧୯ ହଜାର ୧୧୦ ଡୋଜ୍ କୋଭକ୍ସିନ୍ ଟିକା ମିଳିବ । ଜୁଲାଇ ମାସରେ କେନ୍ଦ୍ର ସରକାର ୧୦ ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଏବଂ ୧ ଲକ୍ଷ ୭୦ ହଜାର ୨୫୦ ଡୋଜ୍ କୋଭକ୍ସିନ ଟିକା ପ୍ରଦାନ କରିଛନ୍ତି । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୨୮ ଲକ୍ଷ ଲୋକ କୋଭିସିଲ୍ଡର ଦ୍ଵିତୀୟ ଡୋଜ୍ ନେବାକୁ ଅଛନ୍ତି । ଟିକା ଅଭାବ ଥିବାରୁ ଦ୍ଵିତୀୟ ଡୋଜ୍ ନେବାକୁ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦେବାକୁ ଜିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗର୍ଭବତୀ ମହିଳାଙ୍କୁ ଟିକା ଦେବା ପାଇଁ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ୍ ଦିଆଯିବ । ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ କେତେ ବିପଦ ପଡ଼ିବ । ଟିକା ନେଲେ କ’ଣ ଭଲ ହେବ ଗର୍ଭବତୀ ମହିଳାଙ୍କୁ ସଚେତନ କରାଇବେ । ତାପରେ ସେମାନେ ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ କହିଲେ ଦିଆଯିବ । ଗର୍ଭବତୀ ମହିଳାଙ୍କ ପାଇଁ ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ପ୍ରତୀକ୍ଷା କକ୍ଷ ହେବ । ଘର ଘର ବୁଲି ଟିକା ଦେବାକୁ ଗାଇଡଲାଇନରେ ମନା କରାଯାଇଛି ।

Leave a Reply