ଆସନ୍ତା ସପ୍ତାହରୁ ବିକ୍ରି ହେବ ଋଷର କୋଭିଡ୍ ଭ୍ୟାକ୍ସିନ୍ ‘ସ୍ପୁଟନିକ୍ ଭି’

2 min read
Sputnik V Will Available In The Market From Next Week

ନୂଆଦିଲ୍ଲୀ: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହୁଥିବା ବେଳେ ଟିକାକରଣ ଧିମା ପଡ଼ିଛି । ବିଶେଷକରି ଭ୍ୟାକ୍ସିନ୍ ଅଭାବରୁ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ ପ୍ରାୟ ରାଜ୍ୟରେ ଆରମ୍ବ ହୋଇ ପାରୁନି । ଏଭଳି ସ୍ଥିତିରେ ଟିକାର ଫର୍ମୁଲା ଅନ୍ୟ କମ୍ପାନୀ ସହ ବାଣ୍ଟିବାକୁ ଅନେକ ରାଜ୍ୟ ଦାବି କରୁଛନ୍ତି । ଟିକା ସଂକଟ ସମୟରେ ଆସିଛି ଭଲ ଖବର । ରୁଷିଆରୁ ଆମଦାନୀ କରାଯାଇଥିବା ସ୍ପୁଟନିକ୍ ଭି ଭ୍ୟାକ୍ସିନ୍ ବଜାରରେ ମିଳିବ ବୋଲି ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭିକେ ପାଉଲ୍ ।

ସେ କହିଛନ୍ତି ରରୁଷିଆରୁ ଆମଦାନୀ ହୋଇଥିବା କୋଭିଡ୍ ଟିକା ‘ସ୍ପୁଟନିକ ଭି’ ବଜାରରେ ଆସନ୍ତା ସପ୍ତାହରୁ ଉପଲବ୍ଧ ହେବ । ଆହୁରି ଟିକା ଆମଦାନୀ କରାଯାଉଛି । ଜୁଲାଇ ସୁଦ୍ଧା ଭାରତରେ ‘ସ୍ପୁଟନିକ ଭି’ ଉତ୍ପାଦନ ଆରମ୍ଭ ହେବ । ୧୫.୬ କୋଟି ‘ସ୍ପୁଟନିକ ଭି’ ଟିକା ଉତ୍ପାଦନ ନେଇ ଲକ୍ଷ୍ୟ ରଖା ଯାଇଥିବା ସେ କହିଛନ୍ତି ।

ଏଥିସହ ଏଫଡିଏସ, ଡବ୍ଲୁଏଚ୍ଓ ଅନୁମତି ଦେଇଥିବା କୌଣସି ବି ଟିକା ଭାରତକୁ ଆମଦାନୀ କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ । ଦିନେ ଦୁଇଦିନ ମଧ୍ୟରେ ଆମଦାନୀ ନେଇ ଲାଇସେନ୍ସ ଦିଆଯିବ । ଫାଇଜର, ମଡର୍ଣ୍ଣା, ଜନସନ ଆଣ୍ଡ ଜନସନ୍ ସହ ସରକାର ସମ୍ପର୍କରେ ଅଛନ୍ତି । ସେମାନେ ଉତ୍ପାଦିତ ଟିକା ପଠାଇବେ ନା ଭାରତରେ ଉତ୍ପାଦନ କରିବେ ସେନେଇ ଆଲୋଚନା ହେଉଛି ।

Leave a Reply