ଏକ୍ସରେ ଟ୍ରେଣ୍ଡ କରିଛି #SRIJAGANNATHAPARIKRAMA

1 min read

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ସହ ସାରା ରାଜ୍ୟ ହୋଇଛି ଜଗନ୍ନାଥମୟ । ସୋସିଆଲ୍ ମିଡିଆରେ ମଧ୍ୟ ଲୋକେ କାଳିଆ ସାଆନ୍ତଙ୍କ ଭକ୍ତି ଭାବରେ ତଲ୍ଲୀନ ହୋଇଛନ୍ତି । ଏକ୍ସରେ ଟ୍ରେଣ୍ଡ କରିଛି #SRIJAGANNATHAPARIKRAMA । ସୋସିଆଲ୍ ମିଡିଆରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିପୁତ ପ୍ରଣାମ ଜଣାଉଛନ୍ତି ।

ସୂଚନା ଥାଉକି, ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପ । ଐତିହାସିକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିକ୍ରମା ଫଳକକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳକ ଉନ୍ମୋଚନ ସହ ପୂରଣ ହୋଇଛି ଦୀର୍ଘ ଶତାବ୍ଦୀର ଆଶା ଆକାଂକ୍ଷା । ଏହି ପ୍ରକଳ୍ପ ଏବେ ଶ୍ରୀଜିଉଙ୍କ ଦର୍ଶନର ଦେବ ଅନନ୍ୟ ଅନୁଭୂତି । ୩ ଦିନର ମହାଯଜ୍ଞ ପରେ ଲୋକାର୍ପିତ ହୋଇଛି ପରିକ୍ରମା ପ୍ରକଳ୍ପ । ପୌଷ ସପ୍ତମୀରେ ଲେଖାଯାଇଛି ନୂଆ ଅଧ୍ୟାୟ । ଏଥିସହ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ପରିକ୍ରମା ମାର୍ଗ । ଏହାଦ୍ବାରା ଜଗନ୍ନାଥ ଦର୍ଶନ ସହ ପ୍ରଦକ୍ଷିଣ ସହଜ ହେବ । ଲୋକାର୍ପଣ ଉତ୍ସବରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଇଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷିଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଥିଲା । ଯଜ୍ଞରେ ପୂର୍ଣ୍ଣାହୁତି ପରେ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପଦକ୍ଷିଣ କରିଥିଲେ ମୁଖ୍ୟମନ୍ତ୍ରୀ ।