କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର

1 min read

ପୁରୀ: କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ଏନେଇ ବୈଠକରେ ହୋଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତାକାଲି ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲିବ । ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ବାରା ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ଛତିଶା ନିଯୋଗ ନିଷ୍ପତି ଅନୁଯାୟୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ଗଠିତ ସ୍ୱତନ୍ତ୍ର ସବ-କମିଟିର ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି ।

ଆସନ୍ତାକାଲି ଠାରୁ ନିଷ୍ପତି ଅନୁସାରେ ଦର୍ଶନ ପାଇଁ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ବାର ଦେଇ ପ୍ରବେଶ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । ସେହିଭଳି ଅନ୍ୟ ଦୁଇ ଦ୍ବାର ତଥା ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ନେଇ ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳଙ୍କ ସମେତ ପରିଚାଳନା କମିଟିର ୫ ଜଣ ସେବାୟତ ସଦସ୍ୟଙ୍କ ସହ ଛତିଶା ନିଯୋଗର ଅନ୍ୟ 3ଜଣ ବରିଷ୍ଠ ସେବାୟତ ସଦସ୍ୟ ଉପସ୍ଥିତ ଥିଲେ ।