୬୦ ଦିନ ପରେ ଭୁବନେଶ୍ୱରର ସେଲୁନ୍ ଓ ଚା’ ଦୋକାନରୁ ଖୋଲିଲା ତାଲା,ଏବେ ଜରୁରୀ ସତର୍କତା

1 min read

ଭୁବନେଶ୍ୱର: ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ଧିରେ ଧିରେ ସ୍ୱାଭାବିକ ହେଉଛି ଭୁବନେଶ୍ୱର । ବିଏମ୍‌ସିର ଅନୁମତି ପରେ ଖୋଲିଛି ଚା’ ସେଲୁନ୍ ଓ ଜଳଖିଆ ଦୋକାନ। ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଅନ୍ୟ କୋଭିଡ ନିୟମର କଡ଼ାକଡ଼ି ପାଳନ ସହ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫଳରେ ଚା’ ଦୋକନ ଖୋଲିଛି ହେଲେ ଖଟି ବନ୍ଦ ରହିଛି । ଗ୍ରାହକ ଚା’ କିଣି ପାରିବେ କିନ୍ତୁ ଦୋକାନ ନିକଟରେ ବସି ଚା’ ପିଇପାରିବେ ନାହିଁ । କିନ୍ତୁ ପାର୍ସଲ ନେଇ ଯାଇପାରିବେ । ଲୋକେ ଯେଭଳି ଦୋକାନ ସାମ୍ନାରେ କିମ୍ୱା ନିକଟରେ ଚା’ ନପିଅନ୍ତି ତାହା ସୁନିଶ୍ଚିତ କରିବାକୁ ଦୋକାନୀଙ୍କୁ କୁହାଯାଇଛି ।  ଯାହା ଦ୍ୱାରା ଦୋକାନ ଆଗରେ ଗହଳି ହେବନାହଁ ଏବଂ ସାମାଜିକ ଦୂରତ୍ୱକୁ ରକ୍ଷା କରାଯାଇପାରିବ ।

ସେହିପରି ଜଳଖିଆ ଦୋକାନରେ ମଧ୍ୟ ଖାଇବାକୁ ବାରଣ କରାଯାଇଛି । କେବଳ ପାର୍ସଲ ନେଇ ଯାଇପାରିବେ ଗ୍ରହକ । କିନ୍ତୁ ଭୁବନେଶ୍ୱରରେ କାଁ ଭାଁ ଖୋଲିଛି ଜଳଖିଆ ଦୋକାନ । ତେବେ ସାଲୁନ ମଧ୍ୟ ଭୁବନେଶ୍ୱରରେ ଖୋଲିଛି । ଚୁଟି କାଟିଲା ବେଳେ ବାରିକ ମାସ୍କ, ଗ୍ଳୋବସ୍ ଓ ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତାକୁ ପ୍ରାଥମିକତ ଦେଇଛି ।

ଭୁବନେଶ୍ୱର ବାପୁଜୀନଗର ପରେ ଖୋଲିଛି ୟୁନିଟ-2 ମାର୍କେଟ । ବିଏମ୍‌ସିର ଗାଇଡଲାଇନ ଅନୁଯାୟୀ ଦୁଇ ମାସ ପରେ ମାର୍କେଟ ବିଲଡିଂରେ ଦୋକାନ ଖୋଲିଛନ୍ତି ବ୍ୟବସାୟୀ । ସାମାଜିକ ଦୂରତାକୁ ନଜରରେ ରଖି ଦୋକାନ ସମ୍ମୁଖରେ  ଧଳାର ଚିହ୍ନ ଓ ସୁତା ଟଣା ହୋଇଛି ।

ଲକଡାଉନ ପରେ ବ୍ୟବସାୟରେ ଘୋର ପ୍ରଭାବ ପଡିଥିଲା । ଦୋକାନ ଖୋଲିବା ପରେ ଖରାରେ ସାର୍ଟପେଣ୍ଟକୁ ଖରାରେ ଶୁଖାଇଛନ୍ତି  ଦୋକାନୀ । ଡ୍ରେସ ଦୋକାନ ଭିତରକୁ ଯିବାକୁ ପୂର୍ବରୁ ଗ୍ରାହକମାନଙ୍କୁ ଥର୍ମାଲ ସ୍କ୍ରିନିଂ  କରିବା ହାତ ସାନିଟାଇଜ କରି ଭିତରକୁ ଛାଡୁଛନ୍ତି । ସାବିତ୍ରୀ ଅମାବାସ୍ୟା ଦିନକ ପୂର୍ବରୁ ମାର୍କେଟ ଖୋଲିବା ନେଇ ବିଏମସି  ଅନୁମତି ଦେଇଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଭୁବନେଶ୍ୱରରେ ୨ ମାସ ପରେ ମାର୍କେଟ ବିଲ୍ଡିଂ ବାହର ପଟ ଦୋକାନ ଓ ୟୁନିଟ-୧ ହାଟ ରାସ୍ତ କଡ଼ରେ ଖୋଲା ଖୋଲି ସାମାଜିକ ଦୂରତାକୁ ଉଲ୍ଲଘଂନ କରିଛନ୍ତି । ଦୀର୍ଘ ୨ ମାସ ଧରି ପ୍ରଶାସନ ବାରାମ୍ବର ଅନୁରୋଧ ଓ ସଚେତନ କଲେ ମଧ୍ୟ, ଲୋକ ମାନେ ସାମାଜିକ ଦୂରତା ନିୟମ ମାନିବାକୁ ପ୍ରସ୍ତୁତ ନାହାନ୍ତି ।

(ରାଜଧାନୀରେ ଦହିବରା ବିକ୍ରି)

Leave a Reply