କରୋନା କଟକଣା ନେଇ ସନ୍ଧ୍ୟାରେ ଘୋଷଣା: ଜାଣନ୍ତୁ କେଉଁ କେଉଁ ଜିଲ୍ଲା ହୋଇପାରେ ଅନ୍‌ଲକ୍

ଭୁବନେଶ୍ୱର: ଅନଲକ ହେବ ଓଡ଼ିଶା । ଏନେଇ ଆଜି ଆସିପାରେ ନିଷ୍ପତ୍ତି । ୧୫ ଦିନର ତଥ୍ୟ ସଂଗ୍ରହ କରି ବିଚାର ବିମର୍ଶ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସଂକ୍ରମଣ, ପଜିଟିଭ ହାର ଦ୍ରୁତଗତିରେ କମିବା ସହ ହସ୍ପିଟାଲ ଉପରୁ ଧୀରେ ଧୀରେ ଚାପ କମୁଛି । ୧୪ଟି ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତ ତଳେ ରହିଛି । ଏହାସହ କମିବାରେ ଲାଗିଛି ସଂକ୍ରମଣ ଓ ପଜିଟିଭିଟି ହାର । କେଉଁଠି ଲାଗିବ କଟକଣା ଏନେଇ ବିଚାର ବିମର୍ଶ ଜାରି ରହିଛି  । ବିଶେଷକରି ୫ ପ୍ରତିଶତ ତଳକୁ ଥିବା ଜିଲ୍ଲାରେ ଅନଲକ ହେବ । ଏହାସହ ୫ରୁ୧୦ ପ୍ରତିଶତ ଥିବା ଜିଲ୍ଲା ଅନଲକ  ସହ କଟକଣା ଜାରି କରାଯିବ । ହେଲେ ୧୦ ପ୍ରତିଶତ ଉପରେ ଥିବା ଜିଲ୍ଲା ଗୁଡ଼ିକରେ ତାଲା ନଖୋଲିବାର ସମ୍ଭାବନା ରହିଛି । ମୁଖ୍ୟତଃ ଗଂଜାମ, ଗଜପତି, ସମ୍ବଲପୁର, ସୋନପୁର, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର,କନ୍ଧମାଳ ପରି ଜିଲ୍ଲାରେ ଅନଲକ କରିବେ ସରକାର । ହେଲେ ସଂକ୍ରମଣ ଓ ପଜିଟିଭ ହାର ଅଧିକ ଥିବା ଖୋର୍ଦ୍ଧା, ଯାଜପୁର, ପୁରୀ, କଟକ, ବାଲେଶ୍ୱର, ଅନୁଗୁଳ, ନୟାଗଡ଼ରେ  ଜିଲ୍ଲାରେ ଅନଲକ ପ୍ରକ୍ରିୟାକୁ ଯାଇନପାରନ୍ତି ସରକାର । ତେଣେ ବିଶେଷଜ୍ଞ କହିବା କଥା ହେଲା ଅନଲକ ସମୟରେ ରାତ୍ରିକଟକଣା, ମଲ, ଜିମ, ଜନଗହଳୀ ସ୍ଥାନରେ କଟକଣା ବଳବତ୍ତ ରହିବା ଆବଶ୍ୟକ  ।

ତେବେ ୨୦ ଜିଲ୍ଲାର ୧୦୦ ତଳେ ସଂକ୍ରମଣ ରହିଛି । ରାଜ୍ୟର ମଧ୍ୟ ପଜିଟିଭିଟି ରେଟ୍ କମୁଛି ,ଦେଶ ଓ ରାଜ୍ୟର ମଧ୍ୟ ମୃତ୍ୟୁ ହାର କମିବା ଆରମ୍ଭ ହେଲାଣି । ଏସବୁ କୁ ନଜରରେ ରଖି ଲକ୍‌ଡାଉନ୍ ନିଷ୍ପତ୍ତି ନିଆଯିବ । ତେବେ ଲକଡାଉନ୍ ନେଇ ରାଜ୍ୟ ସରକାର ସନ୍ଧ୍ୟାରେ ଜଣାଇବେ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟ୍ୱିନ୍ ସିଟିର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା: ୨ ମୃତ, ଅଳ୍ପକେ ବର୍ତ୍ତିଲେ ପୋଲିସ କର୍ମଚାରୀ

Leave a Reply