କଲେଜରେ ଛାତ୍ରଙ୍କୁ ଅଣଛାତ୍ରଙ୍କ ମରଣାନ୍ତକ ଆକ୍ରମଣ, ଭାଇରାଲ ହେଉଛି ଭିଡିଓ

ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ରାଜୁତି । ପୂର୍ବ ଶତ୍ରୁତାକୁ ନେଇ ଜଣେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଅଣଛାତ୍ର । ସୂଚନା ଅନୁଯାୟୀ ଯୁକ୍ତ ୨ ବର୍ଷର ଜଣେ ଛାତ୍ରକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଓ କିଛି ଅଣଛାତ୍ର କଲେଜ ପଛପଟେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ମରଣାନ୍ତକ ଆକ୍ରମଣ କରାଯାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମାଡ଼ ଖାଉଥିବା ଛାତ୍ର ଜଣକ ନାମ ବିହାନ ଅଗ୍ରୱାଲ ବୋଲି ଜଣାପଡିଛି । ତେବେ ଏହି ଘଟଣା ଗତ ୫ତାରିଖରେ ଘଟିଥିବା ସୂଚନା ମିଳିଛି ।

ଗତ କିଛି ଦିନ ତଳେ ସହରର ହାତୀସାଲପଡ଼ା ଠାରେ ବିହାନ ଅଗ୍ରୱାଲ କୌଣସି ଘଟଣାକୁ ମାଡ଼ ମାରିଥିବା ଛାତ୍ର ମାନଙ୍କ ସହ ଗଣ୍ଡଗୋଳ ଘଟିଥିଲା । ତେବେ ପ୍ରତିଶୋଧ ପରାୟଣ ହୋଇ ଅନ୍ୟ ଏକ ଛାତ୍ର ଗୋଷ୍ଠି କିଛି ଅଣଛାତ୍ରର ସହାୟତାରେ ବିହାନକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରୁ ଜୋରଜବରଦସ୍ତ ଉଠାଇ ନେଇ କଲେଜ ପଛପଟେ ଥିବା ନିଛାଟିଆ ଜାଗାରେ ପ୍ରବଳ ମାଡ଼ ମାରିଥିଲେ । ଏହି ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।

ତେବେ ମାଡ ଖାଉଥିବା ଛାତ୍ର ଜଣକ ଏକାକୀ ଥିବା ବେଳେ ମାଡ ମାରିଥିବା ଗୋଷ୍ଠୀର ସଂଖ୍ୟା ୮ରୁ ୧୦ଜଣ ଥିବା ଭିଡିଓରେ ଜଣାପଡୁଛି । ସେମାନଙ୍କ ଭିତରୁ ୩ରୁ ୪ଜଣ ଅଣଛାତ୍ର ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଟାଉନ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଭାଇରାଲ ଭିଡିଓକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply