ସାଇବର ଠକେଇର ଶିକାର ହେବା ପରେ ଆତ୍ମାହୁତି ଉଦ୍ୟମ କଲେ କାଠ ବ୍ୟବସାୟୀ

1 min read

ଖୋର୍ଦ୍ଧା : ଅନଲାଇନରେ ଠକିନେଲେ ଲକ୍ଷାଧିକ ଟଙ୍କା । ସାଇବର ଠକେଇର ଶିକାର ହେବା ପରେ କାଠ ବ୍ୟବସାୟୀଙ୍କ ଆତ୍ମହୁତି ଉଦ୍ୟମ । ୧୬ ଲକ୍ଷ ୩୨ ହଜାର ଟଙ୍କାର ଠକେଇର ଶିକାର ହୋଇଛନ୍ତି ଖୋର୍ଦ୍ଧା ବୋଲଗଡ ବାଙ୍କୋଇ ଗାଁର ବ୍ରଜବନ୍ଧୁ ସାହୁ । ଏତେ ଟଙ୍କାର କ୍ଷତି ସହି ନପାରି ନଥିଲେ ବ୍ରଜବନ୍ଧୁ । ଶେଷରେ ହତାଶ ହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି ।

ଠକେଇର ଶିକାର ହେବା ପରେ ଜିଲ୍ଲାପାଳଙ୍କୁ ସେ ଅଭିଯୋଗ କରିଥିଲେ । ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ବ୍ରଜବନ୍ଧୁ ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେୟ । ତେବେ ଆତ୍ମହୁତୀ ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଛି । ଏକ ବିଦେଶୀ ୱେବ‌ସାଇଟ୍‌ରେ ୧୬ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇ ୧୫ଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ବ୍ରଜ ।

୨୦୧୯ ଅଗଷ୍ଟ ମାସରେ ବ୍ରଜବନ୍ଧୁ ଟ୍ରେଡ୍‌ ୟୁନାଇଟେଡ୍‌ ଲିମିଟେଡ୍‌ ନାମକ ଏକ ବିଦେଶୀ ୱେବସାଇଟ୍‌ରେ କାଠ ବ୍ୟବସାୟ ପାଇଁ କାଠଗୋଲାର ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇଥିଲେ ।  ପରେ ସେ ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇଥିବା କହିଛନ୍ତି । ହତାଶ ହୋଇ ସେ ଆତ୍ମାହୁତି ଉଦ୍ୟମ କରିଥିବା କୁହାଯାଉଛି ।

https://youtu.be/nW1xZIlSwsQ

Leave a Reply