ଦେଶରେ ପ୍ରଥମ, ମାଗଣାରେ ହେଲା ଅନୀଲଙ୍କ ବ୍ରେନ୍ ଟ୍ୟୁମର ଅସ୍ତ୍ରୋପଚାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ଓ ଡାକ୍ତରୀ ଟିମର ଅକ୍ଲାନ୍ତ ପରିଶ୍ରମ ଯୋଗୁ ମୃତ୍ୟୁ ମୁହଁରୁ ବଞ୍ଚିଲା ଜଣେ ରୋଗୀର ଜୀବନ । ଝାରସୁଗୁଡ଼ାର ୨୮ ବର୍ଷୀୟ  ଅନୀଲ ମହାନନ୍ଦୀଙ୍କ ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ଏଭଳି ବିରଳ ଅସ୍ତ୍ରୋପଚାର ସାରା ଭାରତରେ ପ୍ରଥମ ଓ ବିଶ୍ୱରେ ୧୭ ତମ । ଦୀର୍ଘ ୧୫ ବର୍ଷ ଧରି ଅନିଲ ବ୍ରେନ୍ ଟ୍ୟୁମର ରୋଗରେ ପୀଡ଼ିତ ହୋଇଥିଲେ । ବ୍ରେନର ଏମିତି ଏକ ଜାଗାରେ ଟ୍ୟୁମର ରହିଥିଲା ଯାହା ଫଳରେ ରୋଗୀକୁ ପ୍ରତି ମିନିଟରେ ୩୦ ଥର ହିକା ଆସୁଥିଲା । ଏହି ସମୟରେ ଅନୀଲଙ୍କ ଜୀବନ ସଙ୍କଟାପନ୍ନ ହୋଇ ପଡୁଥିଲା ।

Sum Hospital Conducts Successful Brain Tumor Operation Under BSKY

ଅନୀଲ ପରିବାର ଅତି ଗରିବ ହୋଇଥିବା ବେଳେ ଓ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡରେ ତାଙ୍କର ମାଗଣା ଚିକିତ୍ସା କରାଯାଇଛି । ଚିକିତ୍ସା ପାଇଁ ନ୍ୟୁରୋ ବିଭାଗର ମୁଖ୍ୟ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୧୦ରୁ ଅଧିକ ଡାକ୍ତର ସାମିଲ ହୋଇଥିଲେ । ଟିମରେ ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ, ଡାକ୍ତର ଆତ୍ମରଞ୍ଜନ ଦାସ, ଡାକ୍ତର ଇଶ୍ଵର ବେହେରା, ସୁଦୀପ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଅନୀଲ ମହାନନ୍ଦୀ ସୁସ୍ଥ ଥିବାବେଳେ ଆଜି ଘରକୁ ଫେରିଥିବା କହିଛନ୍ତି ଡାକ୍ତର ।

Leave a Reply