ମେଷ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନ ପରେ ଚମକିବ ଏହି ସମସ୍ତ ରାଶିର ଭାଗ୍ୟ

1 min read

୧୪ ଅପ୍ରେଲ ବୁଧବାର ଗ୍ରହଙ୍କ ରାଜା ସୂର୍ଯ୍ୟ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ । ଏହା ୧୩ ଅପ୍ରେଲ ମଧ୍ୟ ରାତ୍ରି ପରେ ୨ ଘଣ୍ଟା ୩୩ ମିନିଟରେ ମେଷ ରାଶିରେ ଅବସ୍ଥାନ କରିବେ । ବୈଦିକ ଜ୍ୟୋତିଷ ଅନୁସାରେ ସୂର୍ଯ୍ୟ ଗୋଟିଏ ରାଶିରେ ଏକ ମାସ ପର୍ଯ୍ୟନ୍ତ ରୁହନ୍ତି ଏବଂ ଯେଉଁ ଦିନ ସୂର୍ଯ୍ୟ କୌଣସି ରାଶିରେ ପ୍ରବେଶ କରନ୍ତି, ସେହି ଦିନକୁ ସଂକ୍ରାନ୍ତି କୁହାଯାଏ । ତେବେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପଡ଼ିବ । କିଛି ରାଶିର ଆମଦାନୀ ବଢିବ ତ କିଛି ରାଶିର ବ୍ୟକ୍ତିଙ୍କର ବାଣିଜ୍ୟ କାରବାର ବୃଦ୍ଧି ହେବ । ଏହା ସହିତ କେତେକ ରାଶିରେ ଉତଥାନ ପତନ ଦେଖିବାକୁ ମିଳିବ । ତେବେ ମେଷ ରାଶିରେ ସୂର୍ଯ୍ୟ ଅବସ୍ଥାନ କରିବା ପରେ କେଉଁ କେଉଁ ରାଶିରେ ରାଜସୁଖ ରହିଛି ନଜର ପକାନ୍ତୁ ।

ମେଷ ରାଶି- ସୂର୍ଯ୍ୟଙ୍କ ଅବସ୍ଥାନ ଏହି ରାଶିପାଇଁ ଶୁଭ ସମାଚାର ଆଣିବ । ବିଦେଶରେ ରହିବାର ଆପଣଙ୍କର ଇଛା ପୂରଣ ହୋଇପାରେ । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଏକାଧିକ ଲାଭ ମିଳିବ । ଆପଣଙ୍କ ସ୍ଥିତି ଏବଂ କ୍ୟାରିଅରରେ ଉନ୍ନତି ଆସିବ । ଏହା ସହିତ ଯଦି ଆପଣ ଆଇନ କାନୁନ ମଧ୍ୟରେ ଫସିଛନ୍ତି ତେବେ ସମାଧାନର ରାସ୍ତା ମିଳିବ । ନିବେଶ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଅନୁକୂଳ ପରିସ୍ଥିତି ହେବ । ଏହା ସହିତ ଯଦି ଆପଣ ବାଣିଜ୍ୟ କରୁଛନ୍ତି ତେବେ ବ୍ୟବସାୟରେ ଉନ୍ନତି ଆସିବ । ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କର ଉପରସ୍ଥ କର୍ମଚାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ ।

ସିଂହ ରାଶି-
ମେଷ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନ ଆପଣଙ୍କ ପାଇଁ ବିକାଶର ସମ୍ଭାବନା ଆଣିବ । ଏହାଦ୍ୱାରା ଅନେକ ପ୍ରତିଷ୍ଠିତ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆପଣଙ୍କର ସାକ୍ଷାତ ହେବ । ନୂଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଶୁଭ ସମୟ ରହିବ । ଆପଣଙ୍କ ବ୍ୟାଙ୍କ୍‌ବାଲାନ୍ସ ବଢିବ ଏବଂ ଆପଣ ସରକାରୀ ଯୋଜନାର ଲାଭ ଉଠାଇବେ । ଜମି କିଣାବିକା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ସମୟ ରହିବ । ତେଣୁ ସବୁ ଦିଗକୁ ନଜର ରଖି ଯଦି ଉଚିତ୍‌ପଦକ୍ଷେପ ନିଅନ୍ତୁ, ସଫଳତା ପ୍ରାପ୍ତି ହେବ ।

ଧନୁରାଶି-
ଏହି ସମୟଟି ଆପଣଙ୍କ ପାଇଁ ବେଶ୍‌ଉତ୍ତମ ରହିବ । ମେଷ ରାଶିରେ ସୂର୍ଯ୍ୟ ଅବସ୍ଥାନ କଲେ ଆପଣଙ୍କ ଭାଗ୍ୟ ଚମକିବ । ଏହି ଦିନ ଗୁଡ଼ିକରେ ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ସାଥ୍‌ଦେବ । ଲୋକ ଆପଣଙ୍କ ପରାମର୍ଶ ଲୋଡ଼ିବେ । ଯଦି ଲାଭପାଇଁ କିଛି ନୂଆ ଯାତ୍ରା ଆରମ୍ଭ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କ ଉତ୍ତମ ବିଚାର ପାଇଁ ଆପଣଙ୍କୁ ଖୁବ୍‌ଉନ୍ନତି ମିଳିବ । ଯଦି ଆପଣ ସିଙ୍ଗଲ ଅଛନ୍ତି ତେବେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ।

କୁମ୍ଭରାଶି-
ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବାମାତ୍ରେ ଆପଣଙ୍କ ଭାଗ୍ୟ ଯଥେଷ୍ଟ ଚମକିବ । ଏହି ସମୟଟି ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଫଳପ୍ରଦ ରହିବା ସହିତ ଅନୁକୂଳ ରହିବ । ଛାତ୍ରଙ୍କ ପାଇଁ ଏହି ସମୟ ଖୁବ୍‌ଶୁଭ ରହିବ । କାର୍ଯ୍ୟକ୍ଷେତ୍ରରେ ଅବସର ମିଳିବା ସହିତ ଖୁବ୍‌ଖୁସି ରହିବେ । ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ଜୀବନରେ ମଧୁରତା ଆସିବ । ଏହି ସମୟରେ ଭାଗ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ସାଥ୍‌ଦେବ । ପୁରୁଣା ସମସ୍ୟାରୁ ମୁକ୍ତି ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।

Leave a Reply