ମୁମ୍ବାଇରେ ସୁଟକେଶ ଭିତରେ ସୁନ୍ଦରଗଡ଼ ଯୁବତୀଙ୍କ ମୃତଦେହ

1 min read

ବ୍ୟୁରୋ ରିପୋର୍ଟ: ମୁମ୍ବାଇରେ ସୁଟକେଶ ଭିତରେ ସୁନ୍ଦରଗଡ଼ ଯୁବତୀଙ୍କ ମୃତଦେହ । ହତ୍ୟା ପରେ ଅଭିଯୁକ୍ତ ଓସ୍କାର ମନୋଜ ବାର୍ଲା ଫେରାର ହେଉଥିବା ବେଳେ ଥାନେ ରେଲଓ୍ବେ ଷ୍ଟେସନରୁ ଗିରଫ କରିଛି କୁର୍ଲା ପୋଲିସ । ଗିରଫ ପରେ ତିନି ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ । ଅଭିଯୁକ୍ତ ମନୋଜ ସୁନ୍ଦରଗଡ଼ ତଳସରା ଥାନା ସାହେବଡେରା ଗାଁର ବୋଲି ଜଣାପଡିଛି । ଗତ ୧୯ ତାରିଖରେ ମୁମ୍ବାଇ କୁର୍ଲା ସିଏସଟି ଷ୍ଟେସନ ନିକଟ ଏକ ରାସ୍ତାରୁ ମୃତଦେହ ଭର୍ତ୍ତି ସୁଟକେଶ ଜବତ କରିଥିଲା ରେଳବାଇ ପୋଲିସ । ସୁଟକେଶରୁ ଜଣେ ଯୁବତୀଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଥିଲା । ତଦନ୍ତ ପରେ ମୃତକ ସୁନ୍ଦରଗଡ଼ ଜିଲ୍ଲାର ବୋଲି ପଡ଼ିଥିଲା । ମୃତକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲେଫିପଡ଼ା ଅଞ୍ଚଳର ପ୍ରତିମା କେରକେଟା । ଯୁବତଙ୍କ ମୃତ ଦେହ ଆଣିବାକୁ ପରିବାର ଲୋକ ମୁମ୍ବାଇ ଯାଇଛନ୍ତି । ପୋଲିସ ସୂଚନା ଅନୁସାରେ ମନୋଜ ଓ ପ୍ରତିମା ମୁମ୍ବାଇର ଧରାବି ଅଞ୍ଚଳରେ ଲିଭ-ଇନରେ ରହୁଥିଲେ । ହେଲେ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କରିଛି ମନୋଜ ।