ସରଣ୍ଡା ଜଙ୍ଗଲରେ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜୋରଦାର

1 min read

ରାଉରକେଲା : ମାଓ ଗଡ଼ରେ ମାଓବାଦୀଙ୍କୁ ଖୋଜୁଛନ୍ତି ସୁରକ୍ଷାବାହିନୀ  । ସରଣ୍ଡା ଜଙ୍ଗଲରେ କମ୍ବିଂ ଓ ସର୍ଚ୍ଚଅପରେସନ୍ ଜୋରଦାର । ଓଡିଶା ଓ ଝାଡଖଣ୍ଡ ପୋଲିସ  ସହ SOG, COBRA, CRPF ଓ ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ ଚପ୍ପା ଚପ୍ପା ଚାଲିଛି ଯାଞ୍ଚ । ମାଓବାଦୀମାନେ ସରଣ୍ଡା ଜଙ୍ଗଲର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ବିଛାଇ ଥିବାରୁ ଏହାକୁ ନଷ୍ଟ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଝାରଖଣ୍ଡ ବାଜିନାଡେରା ନିକଟରେ ଶନିବାର ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ନିକଟ ଅଞ୍ଚଳର ସାହୁ ବାର୍ଜୋ । ତାଙ୍କୁ  ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରୁ ଆଜି ଵୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଗତକାଲି ମଧ୍ୟାହ୍ନରେ ସରଣ୍ଡା ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା  ସାହୁ ଵାର୍ଜୋ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ରହିଥିବାରୁ ଜଙ୍ଗଲ ଭିତରକୁ ଯିବାକୁ ଭୟ ଲାଗୁଥିବା ଆହତ ଯୁବକଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି।…..

ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ଲୁଟ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି। ଆଡିସନାଲ ଏସପିଙ୍କ ନେତୃତ୍ବରେ ୫ ଜଣିଆ SIT ଟିମ ତଦନ୍ତକୁ ଜୋରଦାର କରିଛନ୍ତି।  ବିସ୍ପୋରକ ସାମଗ୍ରୀ ଯାଇଥିବା ଗୋଦାମ ମାଲିକ, କର୍ମଚାରୀ, ପଥର ଖଣି କର୍ମଚାରୀଙ୍କୁ ଆଜି ବି ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି । ବିସ୍ଫୋରକ ସାମଗ୍ରୀ ପଥର ଖଣିକୁ ଯାଉଥିବା ମାଓବାଦୀମାନେ କିପରି ସୂଚନା ପାଇଲେ ?  ମାଓବାଦୀଙ୍କ ସହ କାହାର ଲିଙ୍କ୍ ରହିଛି ? ସେନେଇ ତଦନ୍ତ କରାଯାଉଛି। ଝାଡ଼ଖଣ୍ଡ ରାଜ୍ୟ ଅଧିନରେ ଥିବା ସରଣ୍ଡା ଜଙ୍ଗଲରେ ଵହୁ ସଂଖ୍ୟାରେ ମାଓବାଦୀ ରହିଥିବା ସୂଚନା ମିଳିବା ପରେ ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ବର୍ତ୍ତି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଓ ଯାଞ୍ଚ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।