କରୋନାର ତୃତୀୟ ପ୍ରବାହ ପାଇଁ ସରକାର କେତେ ସଜାଗ ? ପ୍ରଶ୍ନ କଲେ ସୁପ୍ରିମକୋର୍ଟ

1 min read
Supreme Court Asked Centre How Much Prepared For Third Covid Wave

ନୂଆଦିଲ୍ଲୀ: ନା କରୋନା ସଂକ୍ରମଣ କମୁଛି, ନା ଭୟ ଦୂର ହେଉଛି । ଦ୍ବିତୀୟ ଲହର ପରେ ଏବେ ତୃତୀୟ ଲହର ଆସିବା ନେଇ ପୂର୍ବାନୁମାନ କଲେଣି ବିଶେଷଜ୍ଞ । ସୁପ୍ରିମକୋର୍ଟ ଏବେଠୁ ଚେତାଇବ ସହ କ’ଣ କରିଛ ବୋଲି କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । ସେପଟେ ଉତ୍ତର ଭାରତ ପରେ ଚିନ୍ତା ବଢ଼ାଇଛି ଦକ୍ଷିଣ ଭାରତ । କର୍ଣ୍ଣାଟକ ଓ କେରଳରେ ସଂକ୍ରମଣ ପିକ୍‌ରେ ଅଛି ।

ସାରା ଦେଶରେ କରୋନାର ପାଦଚିହ୍ନ । ଉତ୍ତର ପରେ ଡରାଇଲାଣି ଦକ୍ଷିଣ । ତୃତୀୟ ଲହର ପାଇଁ ସଜାଗ ରହିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ । ଦେଶରେ ଥାର୍ଡ ୱେଭ ହିଟ୍ କରିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ବିଶେଷଜ୍ଞ । ଏଥିରେ ଅଧିକ ପ୍ରଭାବିତ ହେବେ ଶିଶୁ । ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ କେନ୍ଦ୍ରକୁ ଚେତାଇଛନ୍ତି ସୁପ୍ରିମକୋର୍ଟ । ତୃତୀୟ ଲହରର ମୁକାବିଲା ପାଇଁ କେନ୍ଦ୍ର ସରକାର କ’ଣ ପ୍ଲାନ୍ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଶିଶୁମାନେ ସଂକ୍ରମିତ ହେଲେ ସ୍ଥିତି ଆହୁରି ସାଂଘାତିକ ହେବ । ଏଭଳି ସ୍ଥିତିରେ ସେମାନଙ୍କ ବାପା, ମାଆ କ’ଣ କରିବେ । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ତୃତୀୟ ଲହର ମୁକାବିଲା ଲାଗି କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି, ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ ।

Supreme Court Asked Centre How Much Prepared For Third Covid Wave

ଦ୍ବିତୀୟ ଲହରର ପ୍ରଥମ ଭାଗରେ ଉତ୍ତର ଭାରତ ଅଧିକ ପ୍ରଭାବିତ ହୋଇଥିବାବେଳେ ଏବେ କରୋନାର କାଳ ନଜର ପଡ଼ିଛି ଦକ୍ଷିଣ ଭାରତ ଉପରେ । ସ୍ଥିତି ଏଭଳି ହୋଇଛି ଯେ କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ୫୦ ହଜାର ପାର୍ କରିଛି । କେବଳ ବେଙ୍ଗାଳୁରରୁ ଚିହ୍ନଟ ହୋଇଛନ୍ତି ଅଧା ସଂକ୍ରମିତ । ସେହିଭଳି କେରଳରୁ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆସନ୍ତା ୮ ତାରିଖରୁ ୧୬ ତାରିଖ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ୯ ଦିନିଆ ଲକଡାଉନ ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ।

ଦେଶରେ ବିଭିନ୍ନ ରାଜ୍ୟରୁ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ଭାରିଆଣ୍ଟ । ବ୍ରିଟେନ୍ ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ ହେଉଛି ମହାରାଷ୍ଟ୍ର ମ୍ୟୁଟାଣ୍ଟ । ଏହା କମ୍ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ସଂକ୍ରମିତ କରୁଥିବା ସହ ମୃତ୍ୟୁର ତାଣ୍ଡବ ରଚୁଥିବା ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ନିର୍ଦ୍ଦେଶକ ସୁଜିତ ସିଂ କହିଛନ୍ତି । ସେପଟେ ଆନ୍ଧ୍ର ମ୍ୟୁଟାଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ସେଠାକାର ସରକାର । ଆନ୍ଧ୍ର ମ୍ୟୁଟାଣ୍ଟ କୁହାଯାଉଥିବା କରୋନାର N୪୪୦K ଭ୍ୟାରିଆଣ୍ଟ ପୂର୍ବରୁ ଦେଶରେ ମହଜୁଦ୍ ଥିଲା । ଯାହା ଏବେ ସାରାଦେଶରେ ବ୍ୟାପୁଛି । ଏହି ଭ୍ୟାରିଆଣ୍ଟ ଆନ୍ଧ୍ରପ୍ରଦେଶରୁ ଉତ୍ପନ୍ନ ହୋଇଥିବା ବେଳେ ଏହା ଅଧିକ ସଂକ୍ରାମକ ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟକୁ ପ୍ରତ୍ୟାଖାନ କରିଛନ୍ତି ଆନ୍ଧ୍ର ସରକାର ।

ଏଥିସହ ପଢ଼ନ୍ତୁ- ଦେଶରେ ତାଣ୍ଡବ ରଚୁଛି କରୋନାର ଦ୍ୱିତୀୟ ପ୍ରବାହ, ଡରାଇଲାଣି ତୃତୀୟ ଲହର…

Leave a Reply