ଓଡ଼ିଶା ହାଇକୋର୍ଟରେ ଆଉ ୩ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ୍

Odisha High Court Constituted 5 Members Advocate Panel For Dhinkia

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା । ଏନେଇ ସୁପ୍ରିମକୋର୍ଟ କଲେଜିୟମ୍ ୩ ଜଣ ବିଚାରପତିଙ୍କ ନାଁ ସୁପାରିସ୍ କରିଛି । ଗତ ୧୬ ତାରିଖରେ ବସିଥିବା ବୈଠକରେ ବିଭିନ୍ନ ହାଇକୋର୍ଟରୁ ୧୭ ବିଚାରପତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଓ ବଦଳି ନେଇ ସୁପାରିସ୍ କରିଛି ସୁପ୍ରିମକୋର୍ଟ କଲେଜିୟମ୍ । ସୁପାରିସ୍ ସୂଚୀ ଅନୁଯାୟୀ, ଓଡ଼ିଶା ହାଇକୋର୍ଟରୁ ଜଣେ ବିଚାରପତିଙ୍କୁ ଉତ୍ତରାଖଣ୍ଡ ସ୍ଥାନାନ୍ତର ପାଇଁ ସୁପାରିସ୍ କରାଯାଇଥିବା ବେଳେ ୩ ଜଣଙ୍କୁ ନିଯୁକ୍ତି ଦିଆଯିବ ।

Supreme Court Collegium Recommends 3 Judge Name To Transfer Odisha High Court

ଓଡ଼ିଶା ହାଇକୋର୍ଟରେ ମୋଟ ୨୭ ଜଣ ବିଚାରପତି ପଦବୀକୁ ମଞ୍ଜୁରୀ ମିଳିଛି । ଏବେ ମାତ୍ର ୧୩ ଜଣ ବିଚାରପତି ଅଛନ୍ତି । ମଞ୍ଜୁରୀପ୍ରାପ୍ତ ସଂଖ୍ୟାର ଅଧା ବିଚାରପତିରେ କୋର୍ଟ କାର୍ଯ୍ୟ ଚାଲିଛି । ଓଡ଼ିଶା ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ସ୍ଥାନାନ୍ତର ନେଇ ସୁପାରିସ୍ କରିଛି ସୁପ୍ରିମକୋର୍ଟ କଲେଜିୟମ୍ ।

ସେହିଭଳି ଅନ୍ୟ ହାଇକୋର୍ଟରୁ ୩ ଜଣ ବିଚାରପତିଙ୍କୁ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ଦେବାକୁ ସୁପାରିସ୍ କରାଯାଇଛି । ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଜଶୱନ୍ତ ସିଂହ, କଲିକତା ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ୍ ସୌମେନ ସେନ ଓ ଅରିନ୍ଦମ ସିହ୍ନାଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ୍ କରିଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଓଡ଼ିଶା ହାଇକୋର୍ଟରେ ୩ ଜଣ ବିଚାରପତି ନିଯୁକ୍ତି ପାଇବେ ।

Leave a Reply