ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀରେ ବୁଲଡୋଜରରେ ଲାଗିଲା ବ୍ରେକ୍ । ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆଜି ସକାଳୁ ଦିଲ୍ଲୀ ମ୍ୟୁନିସିପାଲିଟି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସୂଚନା ଅନୁସାରେ ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆକ୍ସନ ନେଇଥିଲା ମ୍ୟୁନିସିପାଲିଟି । ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡ ପରେ ଆକ୍ସନ ମୁଡରେ ଥିଲା ନର୍ଥ ଦିଲ୍ଲୀ ମ୍ୟୁନିସିପାଲିଟି । ଆଜି ସକାଳୁ ଜାହାଙ୍ଗୀରପୁରୀରେ ବୁଲଡୋଜର ପହଞ୍ଚି ଅବୈଧ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା । ବେଆଇନ ନିର୍ମାଣ ଭାଙ୍ଗିବା ପୂର୍ବରୁ ଜାହାଙ୍ଗୀରପୁରୀରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ହୋଇଥିଲା । ୯ଟି ବୁଲଡୋଜର ସରକାରୀ ଜମି ଉପରୁ ଜବରଦଖଲ ହଟିବା କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାହାଙ୍ଗୀରପୁରୀରେ ୧୫ ଶହରୁ ଊର୍ଦ୍ଧ୍ବ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ସ୍ପେଶାଲ ପୋଲିସ କମିସନର ଓ ମେୟରଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ହେଉଥିଲା । ସେପଟେ ଜାହାଙ୍ଗୀରପୁରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଅନସାର ଘର ପଶ୍ଚିମବଙ୍ଗର ହଳଦିଆଠାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।