ଭାରତରେ ହେଟ୍ କ୍ରାଇମର କୌଣସି ସ୍ଥାନ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହେଟ ସ୍ପିଚ ପରେ ହେଟ କ୍ରାଇମ ନେଇ ବର୍ଷିଲେ ସୁପ୍ରିମକୋର୍ଟ । ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମଭିତ୍ତିକ ବିଦ୍ବେଷମୂଳକ ଅପରାଧର ସ୍ଥାନ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଉତ୍ତରପ୍ରଦେଶ ନୋଏଡାରେ ହେଟସ୍ପିଚକୁ ନେଇ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହା କହିଛନ୍ତି । କୋର୍ଟ କହିଛନ୍ତି ଦେଶରୁ ହେଟ ସ୍ପିଚ ବା ବିଦ୍ବେଷମୂଳକ ଟିପ୍ପଣୀ ସମ୍ପୂର୍ଣ୍ଣ ହଟାଇବାର ଆବଶ୍ୟକତା ରହିଛି । ହେଟସ୍ପିଚକୁ ବନ୍ଦ କରିବା ରାଷ୍ଟ୍ରର ପ୍ରାଥମିକ କର୍ତ୍ତବ୍ୟ । ନୋଏଡାରେ ୬୨ ବର୍ଷ ବୟସ୍କ କାଜିମ ଅହମ୍ମଦ ଶେରଓ୍ବାନୀଙ୍କ ଉପରେ ଗତ ୨୦୨୧ ଜୁଲାଇରେ ହୋଇଥିବା ହେଟ୍ କ୍ରାଇମ ଅଭିଯୋଗର ଶୁଣାଣି କରି ଏହା କହିଛନ୍ତି ଜଷ୍ଟିସ କେ.ଏମ. ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ।