spot_img

Latest Posts

ଶମ୍ଭୁ ବର୍ଡର ଖୋଲିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ : ଚାଷୀ ଆନ୍ଦୋଳନ ପାଇଁ ବନ୍ଦ ଥିବା ଶମ୍ଭୁ ବର୍ଡର ଖୋଲିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ଗତକାଲି ଏହି ପ୍ରସଙ୍ଗରେ ଶୁଣାଣି ହେବାର ଥିଲା। ଆଜି ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ମାମଲାରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ ହରିଆଣା ସରକାର। ଯାହାକୁ ନେଇ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଶମ୍ଭୁ ବର୍ଡର ଖୋଲିବାକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିଷ୍ପତ୍ତିକୁ ଚ୍ଯାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ହରିଆଣା। ନିଟ୍ ମାମଲା ଶୁଣାଣି ପ୍ରସଙ୍ଗ ନେଇ ସଲିସିଟର ଜେନେରାଲ ବ୍ୟସ୍ତ ରହିଥିବା ଯୋଗୁଁ ଏହି ମାମଲାରେ ଆଜି ଶୁଣାଣି ହେବ। ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଆଶଙ୍କା କରି ହାଇକୋର୍ଟଙ୍କ ରାୟ ବିରୋଧରେ ସର୍ବୋଚ୍ଚ ନ୍ଯାୟାଳୟରେ ଚ୍ଯାଲେଞ୍ଜ କରିଛି ହରିଆଣା। ରାଜ୍ୟରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିବା ଅଭିଯୋଗ କରି ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ଦାବି କରିଛି ହରିଆଣା। ହାଇକୋର୍ଟଙ୍କ ଅନ୍ତରୀଣ ରାୟ ଉପରେ ରୋକ ଲଗାଇବାକୁ ଦାବି କରିଛି ହରିଆଣା। ଏହି ରାୟନେଇ ହରିଆଣାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଗମ୍ଭୀର ପ୍ରତିକୂଳ ପ୍ରଭାବ ପଡିପାରେ। ଶମ୍ଭୁ ସୀମାନ୍ତ ସହ ଏହାର ଆଖପାଖରେ ବସବାସ କରୁଥିବା ନାଗରିକଙ୍କ ପ୍ରତି ବିପଦ ଥିବା ଆଶଙ୍କା କରିଥିଲେ। ସମ୍ବିଧାନର ବିଧି ବ୍ୟବସ୍ଥା ମଧ୍ୟରେ ରାଜ୍ୟ ସରକାର ନାଗରିକଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତିବଦ୍ଧ। ଏହି ସମସ୍ତ କାରଣ ଦର୍ଶାଇ ମାମଲାରେ ଶୁଣାଣି କରିବାକୁ ଦାବି କରିଥିଲା ହରିଆଣା ସରକାର। ଏହି ମାମଲାରେ ଗତ ୨୨ ତାରିଖରେ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ବେଞ୍ଚ। ଆଜି ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବ।

Latest Posts

Don't Miss