spot_img

Latest Posts

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ହେଲେ ନମ୍ବର ଓ୍ବାନ ଧନୀ

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ହେଲେ ନମ୍ବର ଓ୍ବାନ ଧନୀ

ନନ୍ଦିଘୋଷ ବ୍ୟୁରୋ: ଭାରତର ଦୁଇ ଉଦ୍ୟୋଗପତିଙ୍କ ମଧ୍ୟରେ ଏକ ନମ୍ବର ଧନୀ ହେବା ଦୌଡ଼ରେ ବଡ଼ ଓଲଟପାଲଟ ହୋଇଛି । ଗୌତମ ଆଦାନୀ, ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ପୁଣି ଥରେ ଏସିଆର ଏକ ନମ୍ବର ଧନୀ ହେବାର ଗୌରବ ହାସଲ କରିଛନ୍ତି । ଆଦାନୀ ଗ୍ରୁପର ସେୟାରରେ ଆସିଥିବା ବୃଦ୍ଧି ଯୋଗୁଁ ତାଙ୍କ ଏହି ସଫଳତା ମିଳିଛି ।

ଉଭୟଙ୍କ ସମ୍ପତ୍ତି ମୂଲ୍ୟ କେତେ ?

ତାରା ରାକିଂ ଅନୁସାରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୯୨.୬ ବିଲିୟନ ଡଲାରରେ ପହଞ୍ଚି ଯାଇଛି । ସେହିପରି ମୁକେଶ ଅମ୍ବାନୀଙ୍କ ସମ୍ପତି ୯୦.୮ ବିଲିୟନ ଡଲାର ଆକଳନ କରାଯାଇଛି ।

ଷ୍ଟକରୁ ସମ୍ପତ୍ତିର ଦ୍ରୁତ ବୃଦ୍ଧି

କିଛିଦିନ ହେବ ଆଦାନୀ ଗ୍ରୁପ ସେୟାରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି । ବିଶେଷ କରି ପୋର୍ଟ, ଶକ୍ତି ଓ ଇନଫ୍ରାଷ୍ଟ୍ରକଚରରେ କମ୍ପାନୀର ଦୃଢ଼ତା ନିବେଶକଙ୍କ ଭରଷା ଜିତିବାରେ ସକ୍ଷମ ହୋଇଛି । ଏହି କାରଣରୁ ଗ୍ରୁପର ମାର୍କେଟ ଭେଲ୍ୟୁରେ ବିଲିୟ ଡଲାରର ବୃଦ୍ଧି ଘଟିଛି । ଯାହାର ସିଧା ଫାଇଦା ଆଦାନୀଙ୍କ ନେଟଓ୍ବର୍ଥରେ ଦେଖିବାକୁ ମିଳିଛି ।

ଆଦାନୀ ଗ୍ରୁପର ବିସ୍ତାର

ଆଦାନୀ ଗ୍ରୁପ୍ ଦେଶରେ ସବୁଠାରୁ ବଡ଼ ବ୍ୟକ୍ତିଗତ ପୋର୍ଟ ନେଟଓ୍ବର୍କ ଚଲାଉଛି ଏବଂ ନବୀକରଣ ଶକ୍ତି କ୍ଷେତ୍ରରେ ମଧ୍ୟ ଦ୍ରୁତଗତିରେ ବିସ୍ତାର କରୁଛି । ଏହାବାଦ କମ୍ପାନୀ ଏୟାରପୋର୍ଟ ଅପରେସନ ଓ କୋଇଲା ବ୍ୟାପାରରେ ମଧ୍ୟ ମୁଖ୍ୟ ଭୁମିକା ନେଉଛି । ଯାହାଦ୍ବାରା କମ୍ପାନୀକୁ ବେପାରରେ ଦୃଢ଼ତା ମିଳିଛି ।

ଅମ୍ବାନୀଙ୍କ ଗ୍ରୋଥ ସ୍ଥିର

ଅନ୍ୟପକ୍ଷେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି । ହେଲେ ଆଦାନୀଙ୍କ ତୁଳନାରେ ଏହା ଧିମା ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରୀର ବେପାର ତେଲ, ଗ୍ୟାସ, ଟେଲିକମ୍ ଓ ରିଟେଲ ପରି ଏକାଧିକ କ୍ଷେତ୍ରରେ ବିସ୍ତାର କରିଛି । ହେଲେ ନିକଟ ଅତୀତରେ ଏହାର ଗ୍ରୋଥ କମ ହୋଇଛି ।

ଗ୍ଲୋବାଲ ରାକିଂ

ବ୍ଲୁମବର୍ଗ ଅରବପତି ସୂଚକାଙ୍କ ଅନୁସାରେ, ଗୌତମ ଆଦାନୀ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ଲୋକଙ୍କ ସୂଚୀରେ ୧୯ତମ ସ୍ଥାନରେ ରହିଛନ୍ତି ।ଏହି ସୂଚୀର ପ୍ରଥମ ସ୍ଥାନରେ ଏଲନ ମସ୍କ ଅଛନ୍ତି । ତାଙ୍କ ସମ୍ପତ୍ତି ୬୫୬ ବିଲିୟନ ଡଲାର ଆକଳାନ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୨ରେ ଗୌତମ ଆଦାନୀ ପ୍ରଥମ ଥର ଅମ୍ବାନୀଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଥିଲେ ।

Latest Posts

Don't Miss