ରିଙ୍କୁ ସିଂ ଏବଂ କେ.ଏଲ ରାହୁଲ ଟି-୨୦ ବିଶ୍ବକପ ଦଳରେ ସ୍ଥାନ ନପାଇବା ପଛର କାରଣ କହିଲେ ରୋହିତ

1 min read

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଟିମ ଘୋଷଣା ହେବା ପରେ ଗୁରୁବାର ମୁମ୍ବାଇରେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ରୋହିତ ଶର୍ମା ଏକ ପ୍ରେସମିଟ କରିଛନ୍ତି । ସାମ୍ବାଦିକଙ୍କ ବିଭନ୍ନ ପ୍ରଶ୍ନର ଉତ୍ତର ରଖିବା ସହ ବିଶ୍ବକପକୁ ନେଇ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ କେଏଲ ରାହୁଲଙ୍କୁ ଦଳରେ କାହିଁକି ସ୍ଥାନ ମିଳିଲା ନାହିଁ ପ୍ରଶ୍ନ କରାଯାଇଥିବାବେଳେ ଅଗରକର କହିଥିଲେ କି, ସଞ୍ଜୁ ସାମସନ ମିଡିଲ ଅର୍ଡର ସାଙ୍ଗକୁ ଟପ ଅର୍ଡରରେ ମଧ୍ୟ ବ୍ୟାଟିଂ କରିପାରିବେ। ଏଣୁ ଦ୍ବିତୀୟ ଅପସନ ଭାବେ କେଏଲ ରାହୁଲଙ୍କ ସ୍ଥାନରେ ତାଙ୍କୁ ଚୟନ କରାଗଲା।

ରିଙ୍କୁ ସିଂଙ୍କୁ କାହିଁକି ଦଳରେ ସାମିଲ କରାଗଲା ନାହିଁ । ଏହି ପ୍ରଶ୍ନର ଉତ୍ତରରେ ଅଗରକର କହିଥିଲେ କି, ରିଙ୍କୁ ସିଂ ହେଉଛନ୍ତି ଜଣେ ଭଲ ଖେଳାଳି। ଟିମ କମ୍ବିନେସନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରୋହିତଙ୍କୁ ଟିମରେ ଜଣେ ସ୍ପିନରଙ୍କ ଆବଶ୍ୟକତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ରିଙ୍କୁଙ୍କ ବଦଳରେ ଆମେ ଅଲଗା ବିକଳ୍ପ ନେଲୁ । ତେବେ କିଏ ଓପନିଂ କରିବ ଏହାର ଉତ୍ତରରେ ରୋହିତ କହିଥିଲେ କି, ଆମ ଟିମ ଠିକ ରହିଛି । ପିଚକୁ ଦେଖି ଟିମ ଚୟନ କରାଯିବ ।