ଜଙ୍ଗଲରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ

ତାଳଚେର : ଗତ ମେ’ ୫ ତାରିଖରେ ତାଳଚେର ଥାନା ଅନ୍ତର୍ଗତ ଶିବରାମପୁର ରାସ୍ତା ନିକଟ ଜଙ୍ଗଲରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ତାଳଚେର ପୋଲିସ । ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା କରିଥିଲା । ଅପହରଣ କରି ରଖିଥିବା ଜଙ୍ଗଲ ଓ ହତ୍ୟାକାଣ୍ଡ ସ୍ଥାନରେ ପୋଲିସ ଓ ଡଗ ସ୍ୱାର୍ଡ ସହ ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ କରିଛି ପୋଲିସ । ହତ୍ୟା ପରେ ଦୁର୍ଘଟଣାର ରୂପ ଦେଇଥିଲେ ହତ୍ୟାକାରୀ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆନନ୍ଦ ନାୟକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଘଟଣାରେ ଆଉ କିଛି ଅଭିଯୁକ୍ତ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ତାଳଚେର ଦେଉଳବେଡ଼ା ଅଞ୍ଚଳର ବିଶ୍ୱଜିତ ନାଏକ ଘରୁ ନିଖୋଜ ହୋଇଥିବା ବେଳେ ୯ ଦିନ ପରେ ବିଶ୍ୱଜିତଙ୍କର ଗଳିତ ମୃତଦେହ ସହ ଘଟଣାସ୍ଥଳରୁ ତାର ସ୍କୁଟିକୁ ପୋଲିସ ଉଦ୍ଧାର କରିଥିଲା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ତାଳଚେର ପୋଲିସ ।