ତାଲିବାନୀ ଶିକ୍ଷାମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି, PHD ଓ ମାଷ୍ଟର ଡିଗ୍ରୀ ଅଦରକାରୀ

1 min read

କାବୁଲ: ଆଫଗାନିସ୍ତାନରେ ସରକାର ଘୋଷଣା କରିଛି ତାଲିବାନ୍‌। କୁଖ୍ୟାତ ଆତଙ୍କବାଦୀମାନଙ୍କୁ ତାଲିବାନ କ୍ୟାବିନେଟରେ ମନ୍ତ୍ରୀ ପଦ ଦେଇଛି । ଆଉ ସରକାର ଗଠନ ନହେଉଣୁ ଏହି ଆତଙ୍କବାଦୀମାନେ ନିଜର ଅସଲ ଚରିତ୍ର ଦେଖାଇବା ଆରମ୍ଭ କରିଦେଲେଣି। ଆଫଗାନିସ୍ତାନର ନୂଆ ଶିକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା କୁକ୍ଷାତ ଆତଙ୍କବାଦୀ ଶେଖ ମୌଲବି ନୁରଲାହ ମୁନିର ମଧ୍ୟ ନିକଟରେ ଏଭଳି ବୟାନ ଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେିଛି। ଶିକ୍ଷା ମନ୍ତ୍ରୀ PHD ଏବଂ ଅନ୍ୟ ମାଷ୍ଟର ଡିଗ୍ରୀକୁ ଅଦରକାରୀ ବୋଲି କହିଛନ୍ତି।

ନୁରଲାହ ମୁନିର କହିଛନ୍ତି, ‘ଆଜି ମୁଲ୍ଲା ଏବଂ ତାଲିବାନ ସରକାରରେ ଅଛନ୍ତି। କାହାର କୌଣସି ଡିଗ୍ରୀ ନାହିଁ, ତଥାପି ଆମେ ମହାନ। ଏଭଳି ପରିସ୍ଥିତିରେ ଆଜିର ସମୟରେ କୌଣସି ପ୍ରକାରର ପିଏଚଡି କିମ୍ବା ମାଷ୍ଟର ଡିଗ୍ରୀର କୌଣସି ଆବଶ୍ୟକତା ନାହିଁ।

ତାଲିବାନ କ୍ଷମତାକୁ ଆସିବା ମାତ୍ରେ ଅନେକ ପରିବର୍ତ୍ତନ କରାଯାଇଛି, ବିଶେଷ କରି ଶିକ୍ଷା କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ହୋଇଛି। କଲେଜରେ ପୁଅ ଏବଂ ଝିଅମାନଙ୍କ ମଧ୍ୟରେ ପରଦା ଦିଆହୋଇଛି । ଅନେକ ସ୍ଥାନରେ କେବଳ ବୃଦ୍ଧ କିମ୍ବା ମହିଳାମାନେ ହିଁ ଛାତ୍ରୀମାନଙ୍କୁ ପଢାଉଛନ୍ତି।

ଅବଶ୍ୟ ତାଲିବାନ ନିଜର ସରକାର ଘୋଷଣା କରି ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ ଇସଲାମିକ ଏବଂ ଶାରିଆ ଆଇନ ଅନୁଯାୟୀ ଦେଶରେ ଶିକ୍ଷାର ପ୍ରଚାରପ୍ରଶାର କରାଯିବ। ଆଧୁନିକ ଶିକ୍ଷା ଆଧୁନିକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ତାଲିବାନ ଦେଶର ସ୍କୋଲାରମାନଙ୍କୁ କୌଣସି ପ୍ରକାରେ ଭୟଭୀତ ନହେବାକୁ କହିଛନ୍ତି। କିନ୍ତୁ ବାସ୍ତବତା ଆଉ କିଛି। ଯାହାକି ଶିକ୍ଷାମନ୍ତ୍ରୀଙ୍କ ବୟାନରୁ ହିଁ ଜଣାପଡ଼ିଯାଉଛି।

 

Leave a Reply