ଶେଷ ହେଲା ବୈଠକ, ପ୍ରସ୍ତୁତ ହେଲା ନକ୍ସା ; ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ନେଇ ଆଲୋଚନା

ନୂଆଦିଲ୍ଲୀ: ଶେଷ ହୋଇଛି ସାଢେ ତିନି ଘଣ୍ଟାର ବୈଠକ । ମାରାଥନ ମିଟିଙ୍ଗ, ଗୁରୁତ୍ବପୂର୍ଣ୍ଣ ଆଲୋଚନାର ଘଟିଛି ଅନ୍ତ  । ଧାରା ୩୭୦ ଲାଗିବାର ଦୀର୍ଘ ଦୁଇ ବର୍ଷ ପରେ କମିଛି ଜମ୍ମୁ କାଶ୍ମୀର ଓ ରାଜଧାନୀ ଦିଲ୍ଲୀର ଦୁରତା  । ଆଜି ୭ ଲୋକ କଲ୍ୟାଣ ମାର୍ଗରେ ବସିଥିବା ବୈଠକରେ କାଶ୍ମୀର ପ୍ରସଙ୍ଗକୁ ନେଇ ହୋଇଛି ବଡ଼ ବୈଠକ  । ଜମ୍ମୁ କାଶ୍ମୀରର ସମସ୍ତ ନେତାଙ୍କ ମତାମତ ନେଇ କାଶ୍ମୀର ବିକାଶର ନୂଆ ନକ୍ସା କାଢିଛନ୍ତି କେନ୍ଦ୍ର ସରକାର  । ସନ୍ଧ୍ୟା ସାତ ଘଟିକାରେ ବୈଠକ ଶେଷ ହୋଇଥିବାବେଳେ ନିଜର ମତ ପ୍ରକାଶ କରିଛନ୍ତି ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତା  ।

 

କାଶ୍ମୀର ନେତାଙ୍କ ମଧ୍ୟରେ ଥିବା ରାଜଧାନୀ ଦିଲ୍ଲୀ ଏବଂ ଦିଲ୍ ର ଦୂରତା କମାଇବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି  । ସେପଟେ ବୈଠକରେ ଯୋଗଦେଇଥିବା ବରିଷ୍ଠ କଂଗ୍ରେସ ନେତା ଗୁଲସାମ ନବୀ ଆଜାଦ ମଧ୍ୟ ମତ ପ୍ରକାଶ କରିଛନ୍ତି  । କାଶ୍ମୀରର ବିକାଶ ପାଇଁ ବୈଠକରେ ଆଲୋଚନା କରାଯାଇଛି  । ସମସ୍ତ ଏଥିପାୱଇଁ ପ୍ରତିବଦ୍ଧ ମଧ୍ୟ  । ତେଣୁ ଆଜିର ବୈଠକରେ ଜମ୍ମୁ କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି ଗୁଲାମ ନବୀ ଆଜାଦ  । ଗତ ୨୦୧୮ ମସିହାରୁ ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ  ଜାରି କରାଯାଇଛି  । ଆଜିର ବୈଠକରେ ୮ଟି ରାଜନୈତିକ ଦଳର ୧୪ ଜଣ ନେତା ବୈଠକରେ ସାମିଲ ହୋଇଥିଲେ ।

ବୈଠକରେ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟମାନ୍ୟତା ପ୍ରଦାନ କରିବା ଲାଗି ଗୁପକାର ସଂଗଠନ ଦାବି କରିଥିବା ସୂଚନା ମିଳିଛି  । ସେପଟେ ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ  । ତେଣୁ କୋଭିଡ କଟକଣା ଭିତରେ କିଭଳି ନିର୍ବାଚନ ହୋଇପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଛି  । ପ୍ରଧାନମନ୍ତ୍ରୀଙ୍କ ନିବାସ ୭ ଲୋକ କଲ୍ୟାଣ ମାର୍ଗରେ ଅନୁଷ୍ଠିତ ଏହି ବଡ଼  ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲୀ, ଓମାର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ ଓ ମେହବୁବା ମୁଫତିଙ୍କ ସମେତ ୧୪ ଜଣ ନେତା ଯୋଗ ଦେଇଛନ୍ତି ।

Leave a Reply