ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି

ନନ୍ଦିଘୋଷ ବ୍ୟୁରୋ: ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି। ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମା ଭଗବତୀ ଓ ଜଗତଜନନୀଙ୍କ ମନ୍ଦିରରେ ପୂଜା କରି ହଜାର ହଜାର ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଥିରେ ସ୍ତ୍ରୀ ତଥା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଥିଲେ । ତାରାଙ୍କ ନାମାଙ୍କନବେଳେ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲକା ରହିଥିଲେ ।  ଜୟପୁର ନିର୍ବାଚନ ମଣ୍ଡଳୀରେ ଷ୍ଟାର ପ୍ରଚାରକ ମଧ୍ଯ ଆସିବେ ବୋଲି କହିଛନ୍ତି ତାରା । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ତାରକା ପ୍ରଚାରକ ଜୟପୁର ଆସିବେ ବୋଲି ସେ କହିଛନ୍ତି। ସେପଟେ  କୋଟପାଡ ବିଧାନସଭା  ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଅନାମ ଦିଆନ ମଧ୍ଯ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।