ଟେଲର ସ୍ବିଫ୍ଟଙ୍କ ଆପତ୍ତିଜନକ AI ଭିଡିଓ ଭାଇରାଲକୁ ନେଇ ଏମିତି ପଦକ୍ଷେପ ନେଲେ ଏଲନ ମସ୍କ

1 min read

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ AIକୁ ବ୍ୟବହାର କରି ବହୁ ସେଲିବ୍ରେଟିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ କରାଯାଉଛି । ପୂର୍ବରୁ ଭାରତରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ସଚିନ ତେନ୍ଦୁଲକର, କ୍ୟାଟ୍ରିନା କୈଫ ଏବଂ ନୋରା ଫତୋହିଙ୍କ ଭଳି କଳାକାରଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ଏବେ ହଲିଉଡ ଗାୟିକା ଟେଲର ଓ୍ବିଫ୍ଟଙ୍କ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆ ସାଇଟ ଏକ୍ସରେ ବେଶ ଭାଇରାଲ ହେବାରେ ଲାଗିଥିଲା । ଯାହାକି ଏକ୍ସରେ ଟ୍ରେଣ୍ଡରେ ମଧ୍ୟ କରିଥିଲା। ଏକ୍ସରେ ଭାଇରାଲ ହୋଇଥିବା ଫଟୋ ଏବଂ ଭିଡିଓକୁ ୪.୫ କୋଟି ଲୋକ ଦେଖିଥିବାବେଳେ ୨୪,୦୦୦ରୁ ଅଧିକ ଲୋକ ଟ୍ବିଟ ମଧ୍ୟ କରିଥିଲେ । ସେପଟେ ଲକ୍ଷ ଲକ୍ଷ ଲାଇକ ମଧ୍ୟ ଆସିଥିଲା । ଏହା ଟ୍ରେଣ୍ଡ କରିବା ପରେ ଏକ୍ସରୁ ଭିଡିଓକୁ ହଟାଇ ଦେଇଥିଲେ । ଏହାସହ ଟେଲର ଓ୍ବିଫ୍ଟଙ୍କ ନାମ ସର୍ଚ୍ଚ କଲେ କୌଣସି ରେଜଲ୍ଟ ଦେଖାଉନାହିଁ । ଏପରିକି ଟ୍ବିଟର (ଏକ୍ସ) ପକ୍ଷରୁ ଏହାକୁ ବ୍ୟାନ ମଧ୍ୟ କରାଯାଇଛି ।