ଆଗାମୀ ୫ ଦିନ ମଧ୍ୟରେ ବଢ଼ିବ ତାପମାତ୍ରା: ୩୯ଂରୁ୪୦ଂ ଯାଏଁ ବଢ଼ିପାରେ ପାରା

Bhubaneswar tops In day's highest Maximum temperature over India

ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଧିରେ ଧିରେ ବଢିବ ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ସର୍ବାଧିକ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାୟୁମଣ୍ଡଳରେ  ଧିରେ ଧିରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ହେଉଥିବାରୁ ତାତି ସେତେ ବଢିବ ନାହିଁ । କିନ୍ତୁ ରାଜ୍ୟର କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ କୁହୁଡି ଦେଖାଦେବ । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଏବଂ ଅନୁଗୁଳରେ ଘନ କୁହୁଡି ଦେଖିବାକୁ ମିଳିଛି ।

ଏଥିସହିତ ପଢ଼ନ୍ତୁ: ତାପସୀଙ୍କ ଲାଗି କିରଣ ରିଜ୍ଜୁଙ୍କୁ ସାହାଯ୍ୟ ମାଗିଲେ ବଏଫ୍ରେଣ୍ଡ

Leave a Reply