ଆହୁରି କମିବ ତାପମାତ୍ରା, ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାକୁ ନାହିଁ ନିସ୍ତାର

1 min read

ଭୁବନେଶ୍ୱର: ପ୍ରବଳ ଥଣ୍ଡା ଏବଂ କୁହୁଡିରେ ଅସ୍ତବ୍ୟସ୍ତ ଜନଜୀବନ । ଉପାନ୍ତରୁ ଉପକୂଳ ସବୁଠି ରାଜ୍‌ କରୁଛି ଜାଡ଼ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ଥିତି ସଙ୍ଗୀନ । ଦିନ ଅପେକ୍ଷା ରାତିର ତାପମାତ୍ରାରେ ହ୍ରାସ ଘଟୁଛି । ଏଭଳି ପାଗ ଆହୁରି ୫ ଦିନ ରହିବ ବୋଲି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁ ପ୍ରବାହ ପାଇଁ ଓଡ଼ିଶାରେ ଗତ ସପ୍ତାହରୁ ଥଣ୍ଡା ଜାରି ରହିଛି ।

Temperature Of Interior Odisha Likely To Decrease 2 To 3 Degree    

ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ ରାଜ କରୁଛି ଶୀତ । ଉପାନ୍ତରୁ ଉପକୂଳ ସବୁଠି କାୟା ବିସ୍ତାର କରିଛି ଜାଡ଼ । ଆଭ୍ୟନ୍ତରୀଣ ଓଡ଼ିଶା କଥା ନକହିବା ଭଲ । କାରଣ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଡିଗ୍ରୀ ତଳେ ରାଜ୍ୟର ୨୪ଟି ସହରର ତାପମାତ୍ରା । ଏମିତିକି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଜଧାନୀ ଭୁବେନଶ୍ୱର ଏବଂ କଟକରେ ତାପମାତ୍ରା ୧୨ଡିଗ୍ରୀ ମଧ୍ୟରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Temperature Of Interior Odisha Likely To Decrease 2 To 3 Degree    

ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧରେ ଘନ କୁହୁଡ଼ି ଦେଖାଦେଇଥିବା ବେଳେ ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ନୟାଗଡ଼ରେ ମଧ୍ୟମଧରଣର କୁହୁଡ଼ି ଦେଖା ଦେଇଥିଲା । ଆସନ୍ତା କାଲି ମଧ୍ୟ ନୟାଗଡ, କୋରାପୁଟ, ରାୟଗଡ଼ା, ବୌଦ୍ଧ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ କଟକରେ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଏହି ସବୁ ଅଞ୍ଚଳରେ ୫ରୁ ୮ଶହ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ରହିବ । ମେଘମୁକ୍ତ ଆକାଶ ଏବଂ ବାୟୁ ମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

Temperature Of Interior Odisha Likely To Decrease 2 To 3 Degree    

ଗତ ସପ୍ତାହେ ଧରି ଫୁଲବାଣୀ ସବୁଠାରୁ ଥଣ୍ଡା ସହର ପାଲଟିଥିବା ବେଳେ ଏଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି । ଏପରିକି ଦାରିଙ୍ଗବାଡ଼ିରେ ତୁହିନ୍ ଦେଖିବାକୁ ମିଳିଛି । ତେବେ ଆସନ୍ତା ୫ ଦିନ ପରେ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରିଛି ପାଣିପାଗ କେନ୍ଦ୍ର ।

Leave a Reply