ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା: ୩ ମୃତ, ୨ ଗୁରୁତର; ପ୍ରବାସୀଙ୍କ ବସ୍‌ ମଧ୍ୟ ଦୁର୍ଘଟଣାଗ୍ରସ୍ତ

1 min read

କଟକ: ଟାଙ୍ଗୀ ବନ୍ଦାଳଠାରେ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ ତାମିଲନାଡ଼ୁରୁ ଭଦ୍ରକ ଆସୁଥିବାବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି 8 ଜଣ ପ୍ରବାସୀ ଓଡ଼ିଆ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି

ଆଜି ଭୋରରୁ ଦୁର୍ଘଟଣା ହୋଇଛି ବନ୍ଦାଳଠାରେ ଟ୍ରକକୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି ସମସ୍ତ ପ୍ରବାସୀ ଭଦ୍ରକ ଚାନ୍ଦବାଲି ବ୍ଲକ ମାଧପୁର ବଡ଼ସିଂହାରପୁର ଗାଁର ବୋଲି ଜଣାପଡିଛି ବସ୍ରେ ମୋଟ ୧୭ ଜଣ ପ୍ରବାସୀ ଆସୁଥିଲେ । 

ସୋର: ବସ୍‌କୁ ଧକ୍କା ଦେଲା ଟ୍ରକ୍ । ଖନ୍ତାପଡ଼ା ଥାନା ଉଳିଆପାଟଣା ନିକଟରେ ଚକା ଫାଟି ଯିବାରୁ ରାସ୍ତାରେ ଛିଡ଼ା ହୋଇଥିବା ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଜଣେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି । ସେହିପରି ପଣପଣା ବଜାର ନିକଟରେ ବସ୍‌- ଟ୍ରକ୍ ମୁହାଁମୁହିଁ ।

ଦୁର୍ଘଟଣାରେ ଚାପି ହୋଇ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।  କଲିକତାରୁ ଫେରୁଥିବା ବେଳେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ଟି ପ୍ରବାସୀଙ୍କୁ କୋଲକାତାରେ ଛାଡ଼ି ଭୁବନେଶ୍ୱରକୁ ଫେରୁଥିଲା । ଘଟଣାସ୍ଥଳରେ ଖଣ୍ତାପଡା ପୋଲିସ ପହଁଛି  ମୃତଦେହକୁ ଉଦ୍ଧାର କରିଛନ୍ତି ।

ଅନୁଗୁଳ: ପ୍ରବାସୀ ଓଡ଼ିଆଙ୍କୁ ନେଇ ମହାରାଷ୍ଟ୍ରରୁ ଆସୁଥିବା ବସ ଲୁହାମୁଣ୍ଡା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୫୫  ନମ୍ୱର ଜାତୀୟ ରାଜପଥରେ ଗ୍ୟାସ ଵୋଝେଇ ଏକ ଟ୍ୟାଙ୍କର ସହ ଧକ୍କା ହୋଇଛି । ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ବସ ଟି ୨୪ ଜଣ ଯାତ୍ରୀଙ୍କୁ ନେଇ ମହାରାଷ୍ଟ୍ର ରୁ କଲିକତା ଯାଉଥିଲା । ଟ୍ୟାଙ୍କର ଟି ପାରାଦୀପ ରୁ ରାୟପୁର ଯାଉଥିବା ଜଣା ପଡ଼ିଛି । ପୋଲିସ ଓ ପ୍ରଶାସନ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛି ।

Leave a Reply