ସ୍କ୍ରବ୍‌ ଟାଇଫସ ପ୍ରତିକାର ପାଇଁ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

1 min read

ଭୁବନେଶ୍ବର: ସ୍କ୍ରବ୍‌ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତ DPHLରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି ।

ଏ ନେଇ ଡାକ୍ତରମାନଙ୍କୁ ସଚେତନ କରାଯିବ । ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନତା ପାଇଁ ପଦକ୍ଷେପ ନିଆଯିବ । ସବୁଠି ସର୍ଭେଲାନସ ବୃଦ୍ଧି କରାଯିବ । ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକସ ମହଜୁଦ ପାଇଁ ନିର୍ଦେଶ ରହିଛି । ମୃତ୍ୟୁ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ହୋଇଛି ।

ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ ସର୍ଭେଲାନସ ୟୁନିଟକୁ ଅବଗତ କରାଯିବ । ଏହି ରୋଗ ସାଧବାଣି ପୋକରୁ ହେଉଛି । ତେବେ ମୂଷା ହେଉଛି ଏହାର ପ୍ରାଥମିକ ବାହକ । ଯଦି ସାଧବାଣି ପୋକ ମୂଷାକୁ କାମୁଡିବା ପରେ ମଣିଷକୁ କାମୁଡିଵ, ତେବେ  ସ୍କ୍ରବ ଟାଇଫସ ହେବ । ତୁରନ୍ତ ପରୀକ୍ଷା କରିବାକୁ ଆହ୍ୱାନ ଦିଆଯାଇଛି ।