ବାପା ଫଳ ଦୋକାନୀ, ହେଲେ ଝିଅର ପ୍ରତିଭା ସମସ୍ତଙ୍କୁ କରିଛି ଚକିତ

1 min read

ଝାରସୁଗୁଡ଼ା : ବାପା ଫଳ ଦୋକାନୀ । ହେଲେ ଝିଅର ପ୍ରତିଭା ସମସ୍ତଙ୍କ ଚକିତ କରିଛି । ଆଜି ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ । ଯେଉଁଥିରେ ଏ-୧ ଗ୍ରେଡରେ ପାସ କରିଛନ୍ତି ଝାରସୁଗୁଡ଼ା ବେଲପାହାଡ଼ର ରୁପା ସା । ରୂପାଙ୍କ ବାପା ପୁରନ୍ଦା ସା ଜଣେ ଫଳ ଦୋକାନୀ । ମାଆ ସାଧାରଣ ଗୃହିଣୀ । ଅଭାବ ଅନାଟନ ଭିତରେ ଚାଲେ ପରିବାର । ହେଲେ ଚଳିତ ପରୀକ୍ଷା ପାଇଁ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରନ୍ତି ରୁପା । ତାଙ୍କର ପାଠ ପ୍ରତି ଆଗ୍ରହ ଦେଖି ବିଦ୍ୟାଳୟର ଶିକ୍ଷକ ମାନେ ମଧ୍ୟ  ସହଯୋଗ କରିଛନ୍ତି । ରୂପାନ୍ତରଣ ପରେ ବିଦ୍ୟାଳୟରେ ଥିବା ଇ-ପାଠାଗାରରୁ ସେ ଅନେକ ତଥ୍ୟ ଗ୍ରହଣ କରିବା ସହିତ ବିଷୟକୁ ନେଇ ଥିବା ଦ୍ଵନ୍ଦ ମଧ୍ୟ ଦୂର କରିପାରନ୍ତି । ବିଜ୍ଞାନ ପ୍ରୟୋଗ ଶାଳା, ସ୍ମାର୍ଟ ଶ୍ରେଣୀଗୃହ ମଧ୍ୟ ତାଙ୍କୁ ଏନେକ ସହଯୋଗ କରିଛି । ଆଜି ଗିରିଧାରୀ ଉଚ୍ଚ ଉଚ୍ଚ ବିଦ୍ଯାଳଯ ତାଙ୍କ ପାଇଁ ଗର୍ବିତ ହୋଇଛି । ଆଗକୁ ଯୁକ୍ତ ୨ ବିଜ୍ଞାନ ପଢିବା ସହିତ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକମାନଙ୍କ ସେବା କରିବା ପାଇଁ ଆଶା ରଖିଛନ୍ତି। ତାଙ୍କର ଏହି ସଫଳତା ପରେ ସବୁଠୁ ତାଙ୍କୁ ଶୁଭେଛା ଛୁଟୁଛି ।