ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, କାମଚଳା ବଜେଟକୁ ମିଳିଲା ଅନୁମୋଦନ

1 min read

ଭୁବନେଶ୍ୱର: ଶେଷ ହୋଇଛି ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି କ୍ୟାବିନେଟ ବୈଠକରେ କାମଚଳା ବଜେଟକୁ ଅନୁମୋଦନ ମିଳିଛି । ଏହାସହ କ୍ୟାବିନେଟରେ ଆଉ ୨୭ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ସୂଚନା ମିଳିଛି । ଆଜି ଦିନ ୧୧ଟା ୩୦ରେ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଶକ୍ତି, ଉଚ୍ଚଶିକ୍ଷା, ସଂସଦୀୟ ବ୍ୟାପାର, ଷ୍ଟିଲ ଆଣ୍ଡ ମାଇନ୍ସ, ଜିଏ, କୃଷି ବିଭାଗର ଗୁରୁତ୍ବପୂର୍ଣ୍ଣ ଏଜେଣ୍ଡା ଉପରେ ମଧ୍ୟ ରାଜ୍ୟ କ୍ୟାବିନେଟ ବୈଠକରେ ମୋହର ବାଜିଥିବା ସୂଚନା ମିଳିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ବିଜୁ ଜନତା ଦଳର ସଫଳତା ପରେ ଏହା ହେଉଛି ପ୍ରଥମ କ୍ୟାବିନେଟ୍ ବୈଠକ । ଏହି ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆସିବାକୁ ଥିବା କାମଚଳା ବଜେଟକୁ ଅନୁମୋଦନ ମିଳିଛି ।