ଶୈଶବକୁ ସୁରକ୍ଷିତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ବିଭିନ୍ନ ପଦକ୍ଷେପ

1 min read

ଭୁବନେଶ୍ୱର : ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ତେଣୁ ଶୈଶବକୁ ସୁରକ୍ଷିତ କରିବା ଦିଗରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ । ଏଥିପାଇଁ ପ୍ରତ୍ୟେକ ଜୀବନ ରକ୍ଷା ଦିଗରେ କ୍ରମାଗତ ଭାବେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ପ୍ରଶଂସା କରି ଚାଲିଛନ୍ତି । ଓଡ଼ିଶାର ପଦକ୍ଷେପକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିବାରେ ଲାଗିଛି । ଏହି କ୍ରମରେ ନ୍ୟୁ ବର୍ଣ୍ଣ ଷ୍ଟାବିଲାଇଜେସନ୍ ୟୁନିଟ୍ ବା NISU ଜରିଆରେ ଗୁରୁତର ନବଜାତଙ୍କ ଜୀବନ ରକ୍ଷା କରିବାରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି । ସେହିପରି ଏନଆଇଏସୟୁ ସଂକ୍ରାନ୍ତ ତଥ୍ୟ ପ୍ରଦାନରେ ମଧ୍ୟ ଓଡ଼ିଶା ଆଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଏନଆଇଏସୟୁ ବ୍ୟବହାର ନେଇ ଅନ୍ୟ ରାଜ୍ୟଙ୍କ ପାଇଁ ଓଡ଼ିଶା ଉଦାହରଣ ସୃଷ୍ଟି କରିବା ସହ ଶୂନ୍ୟ ଶିଶୁ ମୃତ୍ୟୁ ହାର ଲକ୍ଷ୍ୟ ହାସଲ କ୍ଷେତ୍ରରେ ଅନ୍ୟ ରାଜ୍ୟକୁ ଅନୁପ୍ରାଣିତ କରିଛି । network Archives - Keeping Children Safe

ରାଜ୍ୟ ସରକାରଙ୍କ ଏହି ସଫଳତା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି । ମମତା ଯୋଜନାଠାରୁ ଆରମ୍ଭ କରି ଜନନୀ, ଶିଶୁ ସୁରକ୍ଷା ସହିତ ଏନଆଇଏସୟୁ ଭଳି ବ୍ୟବସ୍ଥା ଗୁରୁତର ଶିଶୁଙ୍କ ଜବୀନ ରକ୍ଷା କରିବାରେ ବେଶ୍ ସଫଳତା ମିଳିଛି । ୨୦୦୧ ବେଳକୁ ୯ ପ୍ରତିଶତ ନବଜାତ ମୃତ୍ୟୁବରଣ କରୁଥିଲେ । ୧ ହଜାର ଜୀବିତ ପ୍ରସବରେ ୯୩ ଜଣଙ୍କ ମୃତ୍ୟୁ ହେଉଥିଲା । ମାତ୍ର ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁ ହାର ଆଶାତୀତ ଭାବେ ହ୍ରାସ ପାଇଛି। ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି ।