ରାସ୍ତାରେ ପଡ଼ିଛି ବିଡ଼ା ବିଡ଼ା ଟଙ୍କା, ହେଲେ କେହି ନେଉ ନାହାନ୍ତି କି ନିଜର ବୋଲି କହୁନାହାନ୍ତି..

Note Bundle In Odisha

ଭୁବନେଶ୍ୱର: ରାଜଧାନୀରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ରାସ୍ତାରେ ପଡ଼ିଛି ବିଡ଼ା ବିଡ଼ା ଟଙ୍କା । କାହାର ସେ ଟଙ୍କା ଜଣା ନାହିଁ ? ପଚାରିଲେ ବି କେହି କହୁ ନାହନ୍ତି । କିମ୍ବା ଟଙ୍କାକୁ କେହି ଖୋଜୁ ନାହାନ୍ତି । ଶହେ କି ଦୁଇ ଶହ ନୁହେଁ ଏକା ଥରକେ ଦେଢ଼ ଲକ୍ଷ ଟଙ୍କା ପଡ଼ିଛି ରାସ୍ତା ଉପରେ । ତାହା ପୁଣି ଜନଗହଳି ପୂର୍ଣ୍ଣ ରାସ୍ତାରେ । ଟଙ୍କା ଯେଉଁଠି ପଡ଼ିଛି ସେହି ସମ୍ମୁଖରେ ସରକାରୀ କ୍ୱାର୍ଟର । ସରକାରୀ ଚାକିରି କରିଥିବା ଜଣେ ବଡ଼ବାବୁଙ୍କ ଘର ମଧ୍ୟ ସେହି ପାଖରେ । ହେଲେ କେହି ଜାଣି ନାହନ୍ତି ଟଙ୍କା କାହାର । ଟଙ୍କା ଦେଖି ଶହ ଶହ ଲୋକଙ୍କ ଭିଡ଼ ହେଲେ କାହା ଟଙ୍କା ପଚାରିଲେ କେହି କିଛି କହୁ ନାହାନ୍ତି । ଗଙ୍ଗନଗର ରାସ୍ତା ଉପରୁ ମିଳିଲା ଏହି ୫ ଶହ ଟଙ୍କିଆ ତିନୋଟି ବଣ୍ଡଲ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉକ୍ତ ଟଙ୍କା ଗୁଡ଼ିକୁ ଉଦ୍ଧା କରିଛି । ତେବେ ଏହି ଟଙ୍କା କାହାର କୋଉଠୁ ଆସିଲା ସେନେଇ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ଯାହାର ଏହି ଟଙ୍କା ସେ ପ୍ରକୃତ ପ୍ରମାଣ ଦେଇ ଥାନାରୁ ନେଇପାରିବ ବୋଲି କୁହାଯାଇଛି ।

Leave a Reply