ଇମ୍ରାନଙ୍କ ଜୀବନ ବଞ୍ଚାଇଦେଲେ ଏହି ଯୁବକ, ବନ୍ଧୁକଧାରୀକୁ କଲେ କାବୁ..

1 min read

ଇସଲମାବାଦ: ରାଲି ଚାଲିଥିଲା । ଗୁଳି ଫୁଟିଲା  । ବର୍ତ୍ତିଗଲେ ଇମ୍ରାନ   । ଅଭିଯୁକ୍ତକୁ କାବୁ କରିନେଲେ ଯୁବକ  । କିଏ ସେହି ଯୁବକ  । ଯାହାଙ୍କ ପାଇଁ ଅଟକିଗଲା ପାକିସ୍ତାନରେ ବିରାଟ ଅଘଟଣ  । ଏବେ ସେହି ସାହାସୀ ଯୁବକକୁ ନେଇ ସବୁଠି ଚର୍ଚ୍ଚା  । ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିଶାଳ ରାଲିରେ ହଠାତ ଶୁଭିଥିଲା ଗୁଳିର ପ୍ରଚଣ୍ଡ ଶବ୍ଦ  । କେହି କିଛି ବୁଝିବା ଆଗରୁ ଟଳି ପଡିଥିଲେ କଣ୍ଟେନରରେ ଠିଆ ହୋଇଥିବା ଇମ୍ରାନ  । ପ୍ରଥମେ  AK 47 ପରେ ପିସ୍ତଲରୁ ବାହାରିଥିଲା ଗୁଳି  । ପିସ୍ତଲରୁ ପ୍ରଥମ ଗୁଳି ବାହାରିବା କ୍ଷଣି  ଅଭିଯୁକ୍ତକୁ କାବୁ କରିନେଇଥିଲେ ଜଣେ ଯୁବକ  । ସମସ୍ତେ ଜୀବନ ବିକଳରେ ଧାଉଁ ଥିବାବେଳେ, ନିଜ ଜୀବନକୁ ଖାତିର ନକରି ବନ୍ଧୁକଧାରୀକୁ ଛାଡିନଥିଲେ ଏହି ଯୁବକ ଜଣଙ୍କ..

ଇମ୍ରାନଙ୍କୁ ଜୀବନରୁ ମାରିବାକୁ ପ୍ରସ୍ତୁତି କରିଥିଲା ଅଭିଯୁକ୍ତ  । କୋଳାହଳ ପୂର୍ଣ୍ଣ ରାଲି ଭିତରେ ଲୁଚି ରହିଥିଲା  । ପାଖରେ ରଖିଥିଲା ଦୁଇ ଦୁଇଟି ବନ୍ଧୁକ  । ଗୋଟିଏ ଏକେ 47 ରଖିଥିବାବେଳେ ଆଉ ଗୋଟିଏ ପିସ୍ତଲ ମଧ୍ୟ ରଖିଥିଲା  । ସେପଟେ ସତ୍ତାଧାରୀ ସରକାର ବିରୋଧରେ ଋଣ ହୁଙ୍କାର ଜାରି ରଖିଛନ୍ତି ଇମ୍ରାନ ଖାନ  ।  ଦେଶରେ ନିର୍ବାଚନ ତାରିଖ ଘୋଷଣା ଦାବିରେ ବିଦ୍ରୋହ ଜାରି ରଖିଚନ୍ତି  । ପ୍ରତିବାଦ ସଭା ମାଧ୍ୟମରେ ରାଲି, ସଭାସମିତି ମଧ୍ୟ ଜାରି ରଖିଛନ୍ତି ପିଟିଆଇ ନେତା ଇମ୍ରାନ  । ଗୁରୁବାର ୱାଜିରବାଦଠାରେ ଇମ୍ରାନଙ୍କ ପ୍ରତିବାଦ କାର୍ଯ୍ୟକ୍ରମ ଚାଲିଥିଲାବେଳେ ଫୁଟିଥିଲା ଗୁଳି  । କଣ୍ଟେନର ଉପରେ ଠିଆ ହୋଇଥିବା ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଦରେ ବାଜିଥିଲା ଗୁଳି  । ସେପଟେ ଗୁଳି ମାଡ଼ରେ ୯ ଜଣ ବ୍ୟକ୍ତି ଆହତ ହୋଇଛନ୍ତି  । ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛ  ।

ଅଭିଯୁକ୍ତ ଛକି ରହିଥିଲା ଇମ୍ରାନଙ୍କୁ  । ଆଉ ଏହି ସମୟରେ ପଛରେ ଠିଆ ହୋଇଥିଲେ ଜଣେ ଯୁବକ  । ଅଭିଯୁକ୍ତ ନରସଂହାର ଘଟାଇବା ପୂର୍ବରୁ ପିସ୍ତଲକୁ କାବୁ କରିନେଇଥିଲେ  ଯୁବକ ଜଣଙ୍କ । ସମସ୍ତେ ନିଜ ଜୀବନକୁ ରଖିବା ପାଇଁ ଧାଉଁ ଥିବାବେଳେ ସାହାସୀର ପରାକାଷ୍ଠା ଦେଖାଇଥିଲେ ପାକିସ୍ତାନର ଏହି ଯୁବକ  । ଯଦିବା ଯୁବକଙ୍କ ପରିଚୟ ମିଳିପାରିନାହିଁ  । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଘୁରି ବୁଲିଛି  । ଯେଉଁଥିରେ  ସେ ଅଭିଯୁକ୍ତଙ୍କୁ କାବୁ କରୁଥିବା ଦୃଶ୍ୟ ସ୍ପଷ୍ଟ ପ୍ରତୀୟମାନ  । ଅନ୍ୟପଟେ ଇମ୍ରାନ ଖାନଙ୍କ ଜୀବନ ବଞ୍ଚାଇ ଥିବାରୁ ସେ ଆଲ୍ଲାଙ୍କୁ ଧନ୍ୟବାଦ ଦେଇଛନ୍ତି  ।